ଦେଶ- ବିଦେଶ

ଅଟାମୀରେ ଭୂସ୍ଖଳନ; ୨୦ ନିଖୋଜ

ଜାପାନ : ଭୟଙ୍କର ଶବ୍ଦ ସହ ତୀବ୍ର ଗତି। ପାହଡ଼ ଶୀର୍ଷରୁ ମାଡି ଆସିଲା କାଦୁଆ ପାଣି। ଘର, ଗାଡ଼ି … ବାଟରେ ଯାହା ପଡିଲା ତାକୁ ଧୋଇ ନେଲା। ଅଖି ପିଛୁଳାକେ ସବୁ କିଛି ନଷ୍ଟ କରିଦେଲା। ଜାପାନ ସିଜୁଓକା ଅଂଚଳର ଅଟାମୀରେ ଭୂସ୍ଖଳନ। ଏ ଅଂଚଳରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ହେଉଛି। ଫଳରେ ସହର ନିକଟ ପାହଡ଼ରେ ହେଲା ଭୂସ୍ଖଳନ। ଜାପାନ ସମୟ ସକାଳ ୧୦ଟା ୩୦ ମିିନିଟ୍‌ରେ ଏ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏ ଘଟଣାରେ ଏବେ ବି ୨୦ ନିଖୋଜ ଅଛନ୍ତି। ବର୍ତ୍ତମାନ ପୋଲିସ ଓ ଫାୟାର ଫାଇଟର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଟ୍‌ମୀର ଅଧିକାଂଶ ଅଂଚଳ ଏବେ ଅନ୍ଧାରରେ ରହିଛି। ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ପ୍ରଶାନ୍ତମହାସାଗର ଉପକୂଳରେ ଥିବା ଅଞ୍ଚଳରେ ଲଗାଣ ବର୍ଷାରୁ ସୃଷ୍ଟି ବିପର୍ଯ୍ୟୟର ମୁକାବିଲା ଲାଗି ଟାସ୍କ ଫୋର୍ସ ଗଠନ କରିଛନ୍ତି। ସିଜୁଓକା ସହ କନ୍‌ଗୱା ଓ ଚିବା ଅଂଚଳର ତଳି ଅଂଚଳରେ ବନ୍ୟା ଆଶଙ୍କା ରହିଛି। ଏ ଅଂଚଳରେ ସାଧାରଣତଃ ଜୁଲାଇରେ ଅଧିକ ବର୍ଷା ହୁଏ। ଏବେ ଗତ ୩ ଦିନ ହେଲା ପ୍ରବଳ ବର୍ଷା ହେଉଛି। ଗତ ବର୍ଷ ଜୁଲାଇ ମାସରେ ଭୂସ୍ଖଳନ ଯୋଗୁଁ ୧୨ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ଜୁଲାଇରେ ପଶ୍ଚିମ ଜାପାନର ତଳି ଅଂଚଳ ବୁଡିବା ଯୋଗୁଁ ୨୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ପୁଣି ବର୍ଷା ଆଣିଛି ବିପର୍ଯ୍ୟୟ।

Leave a Reply

Your email address will not be published. Required fields are marked *