ଦେଶ- ବିଦେଶ

ଆଇଟି ନିୟମ ଆଧାରରେ ଫେସବୁକ୍ ଜାରି କଲା ପ୍ରଥମ ରିପୋର୍ଟ

ନୂଆଦିଲ୍ଲୀ: କିଛି ମାସ ହେବ ନୁତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ବିବାଦ ଲାଗି ରହିଛି । ତେବେ କିଛି ପ୍ଲାଟଫର୍ମ ଏହାକୁ ମାନିବାକୁ ରାଜି ହୋଇଥିବା ବେଳେ କିଛି ଯୁକ୍ତିତର୍କ ପରେ ଏହାକୁ ଲାଗୁ କରିବେ ବୋଲି କହିଛନ୍ତି । ଇତି ମଧ୍ୟରେ ଲୋକପ୍ରିୟ ଆପ୍ ଫେସବୁକ୍ ଏହି ନୂଆ ଆଇଟି ନିୟମ ଆଧାରରେ ପ୍ରଥମ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ଫେସବୁକ୍, ମେ ୧୫ରୁ ଜୁନ୍ ୧୫ ତାରିଖ ମଧ୍ୟରେ ୩ କୋଟିରୁ ଅଧିକ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫେସବୁକ୍ ହେଉଛି ପ୍ରଥମ ଆପ୍ ଯିଏକି କାର୍ଯ୍ୟାଷ୍ଠାନ ରିପୋର୍ଟ ପ୍ରକାଶ କରିଛି । ତେବେ ଏହି ତିନି କୋଟିରୁ ଅଧିକ ବିବାଦୀୟ ଫେସବୁକ୍ ପୋଷ୍ଟ ମଧ୍ୟରେ ରହିଛି ୧୮ ଲକ୍ଷ ଆଡଲ୍ଟ ତଥା ସେକ୍ସୁଆଲ୍ ପୋଷ୍ଟ, ୨୫ ଲକ୍ଷ ବିବାଦୀୟ ପୋଷ୍ଟ, ୨.୫ କୋଟିରୁ ଅଧିକ ସ୍ପାମ୍ । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଫେସବୁକ୍ ଏ ସକ୍ରାନ୍ତରେ କହିଛି ଯେ, ଆମେ ଏହାର ଯାଞ୍ଚ ନିମନ୍ତେ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛୁ ଯେଉଁ ମାନଙ୍କ ଦ୍ୱାରା ଆଲୋଚନା କରାଯାଇ ଏବଂ ଆମର ପ୍ରାଇଭେସି ପଲିସି ଆଧାରରେ ଏପରି ପୋଷ୍ଟ ଗୁଡ଼ିକୁ ସୋସିଆଲ୍ ମିଡିଆ ସାଇଟ୍ ରୁ ହଟାଇ ଦେଇଛୁ ।

Leave a Reply

Your email address will not be published. Required fields are marked *