ରାଜ୍ୟ

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର ତାମିଲିଗୁଡା ଗ୍ରାମ ବୋଲି ଜଣାପଡିଛି। ଗତକାଲି ସଂନ୍ଧ୍ୟା ସମୟରେ ବଜ୍ରାଘାତ ହୋଇଥିଲା । ସଂସ୍ପର୍ଶରେ ଘଟଣାସ୍ଥଳରେ ହିଁ ଉଭୟ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗରଥ ଗାଡିରେ ଗୁଣପୁର ମେଡିକାଲକୁ ଶବ ଦୁଇଟିକୁ ଆଣିଥିଲେ। ଆଜି ଶବ ବ୍ୟବଛେଦ କରାଯିବ। ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *