ମହାନଗରରାଜ୍ୟ

ସିଲ୍ ହେଲା ଏକାମ୍ର ପାର୍କ

ଭୁବନେଶ୍ୱର : କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ ଅମାନିଆ ନିୟମ ଉଲ୍ଲଂଘନ କରିଚାଲିଛନ୍ତି । ଫଳରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ଜନଗହଳି ଲାଗି ରହିବା ଓ କୋଭିଡ୍ କଟକଣା ପାଳନ କରାନଯିବାରୁ ରାଜଧାନୀର ଏକାମ୍ର ପାର୍କକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ସୂଚନା ଅନୁସାରେ କୋଭିଡ୍ କଟକଣା ଉଲ୍ଲଂଘନ କରି ପାର୍କରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା । ନିୟମ ପାଳନ କରାଯାଉନଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଇ ବିଏମ୍ସି ସ୍କ୍ୱାଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକାମ୍ର ପାର୍କକୁ ସିଲ୍ କରିଦେଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ବିଏମସିର ଦକ୍ଷିଣ-ପଶ୍ଚିମ୍ ଜୋନ୍ ଅନ୍ତର୍ଗତ ୨୩ ନଂ ୱାର୍ଡରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *