ବାଣିଜ୍ୟ

ଭାରତରେ ଲଞ୍ଚ ହେଲା ଆଇକୋନିକ୍‌ ଅଲ୍‌-ନ୍ୟୁ ମିନିରେ୍‌ର କାର୍‌

ନୂଆଦିଲ୍ଲୀ  : ମିନି ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଅଲ୍‌-ନ୍ୟୁ ମିନି ୩- ଡୋର୍‌ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍‌ ଓ ଅଲ୍‌-ନ୍ୟୁ ମିନି ଜନ୍‌ କୁପର ୱର୍କସ ହ୍ୟାଚ୍‌ ଶୁଭାରମ୍ଭ କରାଯାଇଛି । ଏହି ଅଲ୍‌-ନ୍ୟୁ ମିନିରେ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍‌ ୟୁନିଟ୍‌ସ ରୂପେ ପେଟ୍ରୋଲ ଇିନ୍‌ରେ ଉପଲବ୍ଧ ହେବ । ଟେଷ୍ଟ ଡ୍ରାଇଭ୍‌ ଓ ବୁକିଙ୍ଗ୍‌ ସମସ୍ତ ମିନି ଅଥୋରାଇଜ୍‌ଡ ଡିଲର୍‌ ଗୁଡିକରେ ଏବଂ ମିନି ଅନ୍‌ଲାଇନ୍‌ ସପ୍‌ରେ ଖୋଲା ରହିଛି । ମିନି ଏବେ ଏହାର ନୂତନ ରେ୍‌ର ଉତ୍ପାଦଗୁଡିକୁ ଭାରତରେ ପ୍ରିମିୟମ କମ୍ପାକ୍ଟ କାର୍‌ ସେଗ୍‌ମେଣ୍ଟ୍‌ରେ ପ୍ରଦାନ କରୁଛି।

ବିଏମ୍‌ଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱା କହିଛନ୍ତି, “ଆରମ୍ଭ ହେବା ପରଠାରୁ ଅଥେଣ୍ଟିକ୍‌ ଡିଜାଇନ୍‌, ସ୍ୱତନ୍ତ୍ର ଷ୍ଟାଇଲ୍‌ ଓ ଚାଳନା ଗୁଣ ଆଇକୋନିକ୍‌ ମିନିକୁ ସ୍ୱତନ୍ତ୍ର ଓ ପୃଥକ୍‌ କରୁଛି । ମଡର୍ଣ୍ଣ ମିନି ଲଞ୍ଚ୍‌ ହେବାର ୨୦ ବର୍ଷ ପରେ, ନୂଆ ମଡେଲ ପିଢି ପୁଣିଥରେ ଏହାକୁ ପୁନଃ ଆବିଷ୍କାର କରିବା ଜାରି ରଖିଛନ୍ତି ଏବଂ ଏହାର ଭାବନାତ୍ମକ ଡିଜାଇନ୍‌, ଗୋ- କାର୍ଟ ଫିଲ୍‌ ଓ ଚତୁର କାର୍ଯ୍ୟକାରିତାକୁ ବଢାଇଥାଏ । ଆମେ ଭାରତରେ ଆମର ଗ୍ରାହକମାନଙ୍କୁ ମାର୍ଚ୍ଚରେ ନ୍ୟୁ ମିନି କଣ୍ଟ୍ରିମ୍ୟାନ୍‌ ଏବଂ ବର୍ତ୍ତମାନ ଅଲ୍‌-ନ୍ୟୁ ମିନି ୩-ଡୋର୍‌ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍‌ ଓ ଅଲ୍‌-ନ୍ୟୁ ମିନି ଜନ୍‌ କୁର ୱର୍କସ ହ୍ୟାଚ୍‌ର ଲଞ୍ଚ୍‌ ସହିତ ମିନି ଉତ୍ପାଦଗୁଡିକର ସମ୍ପୂର୍ଣ୍ଣ ନୂତନ ରେ୍‌ ପ୍ରଦାନ କରି ଖୁବ୍‌ ଆନନ୍ଦିତ ।

Leave a Reply

Your email address will not be published. Required fields are marked *