ରାଜ୍ୟ

ପିଲାଙ୍କ ନିୟମିତ ଟିକାରେ ସାମିଲ ହେଲା ନିମୋକୋକାଲ୍ କଞ୍ଜୁଗେଟ୍

ଭୁବନେଶ୍ୱର : ବର୍ତ୍ତମାନ କରୋନା ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଉଛି । ଇତି ମଧ୍ୟରେ ପିଲାମାନଙ୍କୁ ନିମୋନିଆ ଏବଂ ମସ୍ତିସ୍କ ଜନିତ ରୋଗରୁ ରକ୍ଷା କରିବା ପାଇଁ ଏବେ ସରକାରଙ୍କ ତରଫରୁ ବିଶେଷ ଟିକାକରଣର ବ୍ୟବସ୍ଥା କରାଯାଇଛି । ତେବେ ନିମୋକୋକାଲ୍ କଞ୍ଜୁଗେଟ୍ ଟିକାକୁ ପିଲାମାନଙ୍କ ନିୟମିତ ଟିକାକରଣରେ ସାମିଲ କରାଯାଇଛି । ଏହି ଟିକାକୁ ଉଚିତ୍ ବ୍ୟବଧାନରେ ପିଲାମାନଙ୍କୁ ଦିଆଯିବା ଦ୍ୱାରା ସେମାନଙ୍କୁ ନିମୋକୋକାଲ୍ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *