ଅପରାଧଦେଶ- ବିଦେଶ

୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜସ୍ଥାନରେ ଏବେ ଏକ ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲା ସାମ୍ମାନୁ ଆସିଛି । ଅଭିଯୋଗ ହୋଇଛି ଜଣେ ୧୦ ବର୍ଷର କିଶୋର ନିଜ ତିନି ବର୍ଷୀୟ ସମ୍ପକୀୟ ଭଉଣୀକୁ ଦୁଷ୍କର୍ମ କରିଛି । ତେବେ ଅଭିଯୋଗ ପରେ ଘଟଣାର ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିଛି ରାଜସ୍ଥାନର ଭିଲବାଡ଼ା ଜିଲ୍ଳାରେ । ଜୁନ୍ ୨୬ ତାରିଖ ଦିନ ଶିଶୁ କନ୍ୟା ଜଣକ ତାଙ୍କ ଘର ବାହାରେ ଖେଳୁଥିଲେ କିନ୍ତୁ ଯେତେବେଳେ ଝିଅର ଜେଜେମା ଦ୍ୱିପ୍ରହରରେ ପଶୁଙ୍କୁ ପାଣି ଦେବାକୁ ଦେବା ପାଇଁ ଯାଇଥିଲେ ସେତେବେଳେ ସେ ଏକ ଚିତ୍କାର ଶୁଣିଥିଲେ । ତେବେ ଘଟଣା ସ୍ଥଳରେ ପହଞ୍ଚି ସେ ଉକ୍ତ କିଶୋରଙ୍କୁ ତାଙ୍କ ଶିଶୁକନ୍ୟା ସହ ସହ ଦୁଷ୍କର୍ମ କରୁଥିବାର ଧରିଥିଲେ । ଘଟଣା ପରେ ଏହାର ଅଭିଯୋଗ କରିବା ପାଇଁ ଶିଶୁକନ୍ୟାଙ୍କ ଜେଜେମା କିଶୋରର ଘରକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଶିଶୁକନ୍ୟାର ଜେଜେମା ଏବଂ ଉକ୍ତ କିଶୋରଙ୍କ ମା’ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଘଟଣାକୁ ନେଇ ପିଡୀତାଙ୍କ ଜେଜେମା’ ଥାନାରେ ଏତଲା ଦେଇଛନ୍ତି । ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଶିଶୁକନ୍ୟାର ମେଡିକାଲ ଯାଞ୍ଚ କରାଯାଇଛି । ତେବେ କମ ବୟସରେ ଏଭଳି କାଣ୍ଡ କରିବା ନେଇ ପୋଲିସ ଏବଂ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *