ମହାନଗରରାଜ୍ୟ

ଆକ୍ସନ୍ ମୋଡରେ ବିଏମସି ସ୍କ୍ୱାର୍ଡ

ଭୁବନେଶ୍ୱର : ରାଜଧାନୀରେ ଚାଲିଛି ଅମାନିଆଙ୍କ ମନମାନି । କୋଭିଡ୍ କଟକଣାକୁ ଫୁ‘ କରି କରୁଛନ୍ତି ଭିତିରି କାରବାର । ବାରମ୍ବାର ତାଗିଦ୍ ପରେ ପରେ ବି ଶୁଣୁନାହାନ୍ତି । ଫଳରେ ବିଏମସିର ସ୍ୱତନ୍ତ୍ର ଟିମ୍ ଆକ୍ସନ୍ ମୋଡକୁ ଆସିଛି । ବିଭିନ୍ନ ସ୍ଥାନରେ ଦୋକାନ ଆଦିକୁ ନିୟମ ଉଲ୍ଲଂଘନ କାରଣରୁ ସିଲ୍ କରାଯାଉଛି । ଏହାରି ମଧ୍ୟରେ ବାପୁଜୀ ନଗର ମାର୍କେଟ ସିଲ୍ ହୋଇଛି । କରୋନା ନିୟମ ଉଲ୍ଲଂଘନ ଯୋଗୁଁ ୧୦ ଲେଖାଏଁ ଫାଇନ୍ ଆଦାୟ କରାଯାଇଛି । ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ବାପୁଜୀ ନଗର ବଜାର ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହପରି ବିଭିନ୍ନ ସ୍ଥାନରେ ଏମଫେଡ୍ ଦୋକାନଗୁଡିକ ସିଲ କରାଯାଇଛି । ଏସଆରସିଙ୍କ ନିର୍ଦ୍ଦେଶକୁ ଅବମାନନା କରି ଚା’, ତମାଖୁ, ସିଗାରେଟ୍ ବିକ୍ରି କରୁଥିବାରୁ ସିଲ୍ କରିଛି ବିଏମସି । ଏହା ପୂର୍ବରୁ ରାଜଧାନୀର ତାରିଣୀ ବସ୍ତ୍ରାଳୟ ସିଲ୍ କରାଯାଇଥିଲା । ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଥିଲା ବିଏମସି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢ଼ାଉ କରିଥିଲା । ଦୋକାନ ସିଲ୍ କରିବା ସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ ମଧ୍ୟ ଆଦାୟ କରାଯାଇଛି । ପ୍ରତି ଗ୍ରାହକଙ୍କଠାରୁ ମଧ୍ୟ ୫ ଶହ ଟଙ୍କା ଲେଖାଏଁ ୨୫ ହଜାର ଫାଇନ୍ ଆଦାୟ ହୋଇଛି । ତେବେ କଳ୍ପନା ଛକରେ ଥିବା ଏହି ଡ୍ରେସ ଦୋକାନର ପଛ ଗେଟ ପଟେ ବେପାର ଚାଲୁଥିବା ନେଇ ଖବର ମିଳିଥିଲା । ଖବର ପାଇ ବିଏମସି ଓ ବିଡିଏର ମିଳିତ ସ୍କ୍ୱାର୍ଡ ଚଢ଼ାଉ କରିଥିଲା ।

Leave a Reply

Your email address will not be published. Required fields are marked *