ଅପରାଧରାଜ୍ୟ

ବିବାହ ପରେ ବି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ପ୍ରେମିକ, ତା’ପରେ….

ବାଲେଶ୍ୱର : ଲଭ, ସେକ୍ସ, ଧୋକା । ପ୍ରେମକୁ ନପାଇ ଝିଅର ଅତ୍ମହତ୍ୟା । ନ୍ୟାୟ ଦାବିରେ ବାର ଦ୍ୱାର ବୁଲି ଶୁଣ୍ଢିପିଣ୍ଡା ହେଉଛନ୍ତି ବାପା-ମା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶିବପୁରା ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଶିବପୁରା ଗାଁର ନିରଞ୍ଜନ ରାଉତଙ୍କ ଝିଅ ସାହାଜିପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ସଙ୍କ ପୁଅ ରାଜେଶକୁ ପ୍ରେମ କରୁଥିଲେ । ରାଜେଶ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । କିନ୍ତୁ ପରେ ରାଜେଶ ଅନ୍ୟତ୍ର ବିବାହ କରିଥିଲେ । ଆଉ ଏହାକୁ ନେଇ ଅନେକ ବିବାଦ ଦେଖାଦେବା ପରେ ଏବେ ଝିଅ ନିଜ ଜୀବନ ହାରି ଦେଇଛନ୍ତି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଶିବପୁରା ଗ୍ରାମର ଜଣେ ଯୁବତୀଙ୍କୁ ସାହାଜିପାଟଣା ଗ୍ରାମର ଜଣେ ଯୁବକ  ପାଉଥିଲେ । ପ୍ରେମ ଆଗକୁ ବଢିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ।  ଘରେ ଜାଣିବା ପରେ ପ୍ରେମିକଙ୍କ ବାପା ଝିଅଙ୍କ ପରିବାରକୁ ଯୌତୁକ ବାବଦରେ ୪ ଲକ୍ଷ ଟଙ୍କା ସହ କାର୍ ଦେଲେ ଯାଇ ବିବାହ ସମ୍ଭବ ବୋଲି ରୋକ୍ ଠୋକ୍ କହି ଦେଇଥିଲେ। ହେଲେ ଏତେ ଟଙ୍କା ସହ କାର ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ପୁଅର ବାପା ବାହାଘର ହୋଇ ପାରିବ ନାହିଁ ବୋଲି କହିଥିଲେ। ପ୍ରେମିକ ବାପାଙ୍କ ଧମକ ପରେ ଝିଅକୁ ମଧ୍ୟ ପରିବାର ଲୋକେ ବୁଝାଇଥିଲେ।

ଅନ୍ୟପଟେ ବାପାର କଥାକୁ ଟାଳି ନପାରି ଯୁବକ ମେ ୧୪ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ବି ପ୍ରେମିକାକୁ ଭୁଲି ପାରିନଥିଲେ ଯୁବକ। ବାରମ୍ବାର ଯୁବତୀଙ୍କୁ ଫୋନ୍ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଭିଡ଼ିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲା । ଏପରିକି ଚତୁର୍ଥୀ ଦିନ ପୂର୍ବରୁ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରି ଦେବାକୁ ଧମକ ଦେଉଥିଲା ଯୁବକ। ଶେଷରେ ପ୍ରତାଡନା ସହି ନପାରି ସେହି ରାତିରେ  ହିଁ  ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମିକା ।

Leave a Reply

Your email address will not be published. Required fields are marked *