ରାଜ୍ୟ

‘ଆଦର୍ଶ କାରାଗାର’ ଉଦଘାଟିତ, ୫୦୦ ଅନ୍ତେବାସୀ ରହିପାରିବେ ସ୍ୱତନ୍ତ୍ର ଜେଲ୍ ରେ

କଟକ : ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଶୁକ୍ରବାର କଟକ ଆଠଗଡ଼ରେ ମଲ୍ଟି କନଭିକ୍ଟ ଜେଲ୍ ବା ଏକାଧିକ ସୁବିଧା ରହିଥିବା ସ୍ୱତନ୍ତ୍ର କାରାଗାର ଉଦ୍ଘାଟିତ ହୋଇଯାଇଛି । ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମଡେଲ କନଭିକ୍ଟ କାରାଗାର ହେଉଛି ଓଡ଼ିଶାର ପ୍ରଥମ ଯାହାକି ୧୩ ତମ ଏଫସିଏ ଅନୁଦାନରୁ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ଦ୍ୱାରା ନିର୍ମିତ ହୋଇଛି । ଏହି ମଡେଲ କନଭିକ୍ଟ ଜେଲରେ ୫୦୦ କଏଦୀ (୪୫୦ ପୁରୁଷ ଏବଂ ୫୦ ମହିଳା) ରହିପାରିବେ । ହସ୍ପିଟାଲ, ପ୍ରଶାସନିକ ଭବନ, ବିଦ୍ୟାଳୟ ଭବନ, ପୁରୁଷ କଏଦୀ ଏବଂ ମହିଳା କଏଦୀଙ୍କ ପାଇଁ ଅଲଗା ଡାଇନିଂ ହଲ, ରୋଷେଇ କମ୍ପେ୍ଲକ୍ସ, ପୁରୁଷ ଏବଂ ମହିଳା କଏଦୀଙ୍କ ପାଇଁ ଅଲଗା ଶୌଚାଳୟ ସୁବିଧା ରହିଥିବାବେଳେ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ପାଇଁ ୧୨ଟି ସ୍ୱତନ୍ତ୍ର ସେଲର ବ୍ୟବସ୍ଥା ହୋଇଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ୧୧.୮୩ କୋଟି । ଏଥିସହ ସହ ଷ୍ଟାଫ୍ କ୍ୱାର୍ଟର୍ସ ପାଇଁ ରାଜ୍ୟ ସରକାର ୩.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

Leave a Reply

Your email address will not be published. Required fields are marked *