ଅପରାଧରାଜ୍ୟ

ନାବାଳିକା ଅପହରଣ ଅଭିଯୋଗ ମାମଲା: ଉଦ୍ଧାର ହେଲା ନାବାଳିକା

ରାଜନଗର : ରାଜନଗର ବ୍ଲକ କେରଡାଗଡ ପଚାଂୟତରେ ଜଣେ ନାଳିକାକୁ ଅପହରଣ ମାମଲାରେ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୩ତାରିଖ ସନ୍ଧ୍ୟାରେ କେରଡାଗଡରୁ ସଂପୃକ୍ତ ନାବାଳିକାକୁ ପାରାଦ୍ୱୀପର ଅଗଣୀ ବେହେରା ଅପହରଣ କରିନେଇଥିବା ନେଇ ତାର ଦାଦା ରାଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପରାଦ୍ୱୀପରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅଗଣୀକୁ ଗିରଫ କରିଛି । ତା ନାମରେ ଅପହରଣ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ତପନକୁମାର ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *