ଦେଶ- ବିଦେଶ

ଦିଲ୍ଲୀ ହାଇକୋର୍ଟରୁ ହ୍ୱାଟ୍ସଆପ୍ କୁ ଝଟକା

ନୂଆଦିଲ୍ଲୀ: ନୂଆ ଗୋପନୀୟତା ପଲିସିକୁ ନେଇ ହ୍ୱାଟ୍ସଆପ୍ କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନୂତନ ପ୍ରାଇଭେସି ପଲିସି ମାମଲାରେ ସୂଚନା ଦେବା ପାଇଁ ଫେସବୁକ, ହ୍ୱାଟ୍ସଆପ୍ କୁ ଭାରତୀୟ ପ୍ରତିଯୋଗିତା ଆୟୋଗ ତରଫରୁ ଦିଆଯାଇଥିବା ନୋଟିସ୍ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯାଞ୍ଚ ମାମଲାରେ ହ୍ୱାଟ୍ସଆପ୍ କୁ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ) ଜୁନ୍ ୪ ରେ ନୋଟିସ ଜାରି କରିଥିଲେ । ଜଷ୍ଟିସ ଅନୁପ ଭମ୍ଭାନୀ ଏବଂ ନ୍ୟାୟମୂର୍ତ୍ତୀ ଜସମିତ ସିଂହଙ୍କ ଅବକାଶକାଳୀନ ବେଞ୍ଚ କହିଛନ୍ତି ଯେ ଯାଞ୍ଚ ଉପରେ ରୋକ ଲଗାଇବା ଅନୁରୋଧ କରୁଥିବା ଏକ ଯାଚିକା ପ୍ରଥମରୁ ହିଁ ଦାୟର ହୋଇଛି ଯେଉଁଥିରେ ସିସିଆଇର ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରାଯାଇଥିଲା । ଏହା ଉପରେ ଖଣ୍ଡପୀଠ ମେ ୭ରେ କୌଣସି ଅନ୍ତରୀଣ ରାୟ ଦେଇନାହିଁନ୍ତି ଏବଂ ଏହା ଉପରେ ଖଣ୍ଡପୀଠ ଶୁଣାଣି ପାଇଁ ୯ ଜୁଲାଇକୁ ଧାର୍ଯ୍ୟ କରିଛନ୍ତି । ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି ଯେ ପୂର୍ବରୁ ଦାୟର ହୋଇଥିବା ଯାଚିକା ଏବଂ ଏବେ ଦାୟର ହୋଇଥିବା ଯାଚିକା ମଧ୍ୟରେ ସମାନ କଥା ରହିଛି । ପୂର୍ବରୁ ଜାରିହୋଇଥିବା କାରଣ ଯୋଗୁଁ ଏବେ ଜୁନ୍ ଆଠ ନୋଟିସ୍ ଉପରେ ରୋକ ଲଗାଯାଇପାରିବନାହିଁ । ଏକକ ପୀଠ ହ୍ୱାଟ୍ସଆପ୍ ର ନୂତନ ପ୍ରାଇଭେସି ପଲିସିର ସିସିଆଇ ଦ୍ୱାରା ଯାଞ୍ଚର ବିରୋଧରେ ତାଙ୍କର ଯାଚିକାକୁ ଖାରଜ କରିଛନ୍ତି । ହାଇକୋର୍ଟ ଏହା ର୍ପୂବରୁ ଯାଚିକା ଉପରେ ନୋଟିସ ଜାରିକରିଥିଲେ ଏବଂ କେନ୍ଦ୍ରଠାରୁ ଜବାବ ଦେବାପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *