ଦେଶ- ବିଦେଶରାଜନୀତି

ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକର ଗୋଷ୍ଠୀ

ଶ୍ରୀନଗର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ପ୍ରମୁଖ ନେତାମାନଙ୍କ ସହ ସର୍ବଦଳୀୟ ବୈଠକ ଆହ୍ୱାନ କରିଥିବା ବେଳେ ଏଥିରେ ଗୁପକାର ଗୋଷ୍ଠୀ ଅର୍ଥାତ୍ ପିପଲ୍ସ ଆଲାଏନ୍ସ ଫର୍ ଗୁପକାର ଡିକ୍ଲାରେସନ୍ (ପିଏଜିଡି) ଯୋଗ ଦେବ । ଏନେଇ ମଙ୍ଗଳବାର ଗୁପକାର ଗୋଷ୍ଠୀର ଅନ୍ୟତମ ଦଳ ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜମ୍ମୁ-କଶ୍ମୀରଠାରୁ ଧାରା ୩୭୦ ପ୍ରତ୍ୟାହାର ପୂର୍ବକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରିନିଆଯିବା ପରେ ଗତ ବର୍ଷ ଏହି ମାନ୍ୟତା ଫେରାଇ ଆଣିବା ସକାଶେ ଗୁପକର ଗୋଷ୍ଠୀରେ ବିଭିନ୍ନ ରାଜନୈତିକ ଦଳ ସାମିଲ୍ ହୋଇଛନ୍ତି । ତେବେ ମୋଦୀଙ୍କ ସର୍ବଦଳୀୟ ବୈଠକକୁ ଗୋଷ୍ଠୀର ଯେଉଁସବୁ ନେତାମାନଙ୍କୁ ସାମିଲ୍ ହେବା ସକାଶେ ଆମନ୍ତ୍ରଣ କରାଯାଇଛି, ସେମାନେ ନିଶ୍ଚିତ ଭାବେ ଭାଗନେବେ ବୋଲି ବୈଠକ ପରେ ଡ. ଅବଦୁଲ୍ଲା କହିଛନ୍ତି । ସେ କହିଛନ୍ତି ଯେ ବୈଠକରେ ଗୁପକର ଗୋଷ୍ଠୀ ଯୋଗ ଦେଲେ ହେଁ ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦଳ ବୈଠକରେ ଧାରା ୩୭୦ ଓ ୩୫ଏ\’ ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ ଜାରି ରଖିôବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *