ଖେଳ

ପଟିଆଲାରେ ଉଇଁଲା ଓଡ଼ିଶା ‘ଚାନ୍ଦ’, ଦୂତୀ ରଚିଲେ ନୂଆ ରେକର୍ଡ

ଭୁବନେଶ୍ୱର : ନୂଆ ଜାତୀୟ ରେକର୍ଡ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ନିଜର ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଲେ ଦୂତୀ । ୧୦୦ ମିଟର ଦୌଡ଼ରେ ସେ ଏହି ନୂଆ ରେକର୍ଡ କରିଛନ୍ତି।ସୂଚନା ଅନୁସାରେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଅତିକ୍ରମ କରି ଦୂତୀ ରଚିଛନ୍ତି ଆଉ ଏକ ରେକର୍ଡ । ତେବେ  ଆଉ ୦.୨ ସେକେଣ୍ଡ କମ୍ ହୋଇଥିଲେ ଅର୍ଥାତ୍ ୧୧.୧୫ ସେକେଣ୍ଡ ହୋଇଥିଲେ ତାଙ୍କୁ ମିଳିଥାନ୍ତା ଅଲିମ୍ପିକ ଟିକେଟ୍ । ପଟିଆଲାରେ ଇଣ୍ଡିଆନ ଗ୍ରାଣ୍ଡ ପ୍ରିରେ ସେ ଏହି ରେକର୍ଡ କରିଥିବାବେଳେ ପୂର୍ବରୁ ୧୧.୨୨ ସେକେଣ୍ଡରେ ସେ ୧୦୦ ମିଟର ପାର କରିଥିଲେ । ଏହି ନୂଆ ରେକର୍ଡ ପାଇଁ ଓଡ଼ିଶାର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ମିଳିଛି ।

Leave a Reply

Your email address will not be published. Required fields are marked *