ଦେଶ- ବିଦେଶରାଜ୍ୟ

ମୁମ୍ବାଇରେ ଓଡ଼ିଶା କ୍ରାଇମବ୍ରାଞ୍ଚ, ନକଲି ଔଷଧକୁ ନେଇ ଚାଲିଛି ଖୋଳତାଡ଼

ଭୁବନେଶ୍ୱର : କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣାକୁ ନେଇ ଚାଲିଛି ଖୋଳତାଡ । ଅଧିକ ଛାନଭିନ୍ ପାଇଁ ମୁମ୍ବାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଟିମ୍ ଯାଇଛି । ତେବେ ନକଲି କମ୍ପାନୀ ମାକ୍ସ ରିଲିଫ ହେଲ୍ଥ କେୟାରର ମୁଖ୍ୟ ହେଉଛି ସୁଦୀପ । ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ସୁଦୀପକୁ ଗିରଫ କରାଯାଇଛି । ମୁମ୍ବାଇ ପୋଲିସ ସୁଦୀପକୁ ଗିରଫ କରିଥିବା ବେଳେ ସେ ଏବେ ଜେଲରେ ଅଛି । ସୁଦୀପର ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା । ସୁଦୀପକୁ ଜେରା କରିବା ପରେ ଆହୁରି ଅନେକ କିଛି ରହସ୍ୟ ଖୋଲିବାର ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *