ରାଜ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩୮୦୬ କରୋନା ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୮୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୨୩ ହଜାର ୫୯୯ ରହିଥିବା ବେଳେ ୪୩ ହଜାର ୩୩୮ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *