ଖେଳଦେଶ- ବିଦେଶରାଜ୍ୟ

ଏକମାତ୍ର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି । ଘୋଷଣା କରୁଛନ୍ତି ସେମାନଙ୍କ ଖେଳାଳି ଓ ଟିମ୍ । ଏହିକ୍ରମରେ ଭାରତ ମଧ୍ୟ ବିଭିନ୍ନ ବର୍ଗର ଖେଳ ପାଇଁ ପ୍ରସ୍ତୁତି ହେଉଛି । ଗୁରୁବାର ହକି ଇଣ୍ଡିଆ ମଧ୍ୟ ଘୋଷଣା କରିଛି ମହିଳା ହକି ଟିମ୍ । ଆଉ ଏଥିରେ ଏକମାତ୍ର ଓଡ଼ିଆ ଭାବେ ସାମିଲ୍ ହୋଇଛନ୍ତି ଦୀପ ଗ୍ରେସ୍ ଏକ୍କା । ସୂଚନା ଅନୁସାରେ ଗତ ରିଓ ଅଲିମ୍ପିକ୍ରେ ଖେଳି ଗୌରବ ସାଉଁଟିଥିବା ଦୀପ ଗ୍ରେସ ଟୋକିଓ ପାଇଁ ଚୟନ ହେବେ ବୋଲି ଆଶା କରାଯାଉଥିଲା । ଯାହା ଆଜି ବାସ୍ତବ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ୨୭ ବର୍ଷୀୟା ଦୀପ ଗ୍ରେସ୍ ଅଲିମ୍ପିକ୍ ପାଇଁ ପୁଣିଥରେ ଚୟନ ହୋଇଥିବା ଘୋଷଣା ହେବା ପରେ ବିଭିନ୍ନ ମହଲରେ ଖୁସ ପ୍ରକାଶ ପାଇଛି ଏବଂ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ହକି ଇଣ୍ଡିଆ ଘୋଷଣା କରିଥିବା ୧୬ ଜଣିଆ ଟିମ୍ରେ ସାମିଲ୍ ହୋଇଛନ୍ତି ସବିତା (ଗୋଲ୍ କିପର୍), ଦୀପ୍ ଗ୍ରେସ୍ ଏକ୍କା (ଡିଫେଣ୍ଡର୍), ନିକ୍କି ପ୍ରଧାନ (ଡିଫେଣ୍ଡର୍), ଗୁରଜୀତ୍ କୌର୍, ଉଦିତା ଏବଂ ମିଡ୍ ଫିଲଡର୍ସ ଭାବେ ନିଶା, ନେହା, ଏସସି ପୁଖ୍ରାମ୍ବମ୍, ମୋନିକା, ନଭଜ୍ୟୋତ୍ କୌର୍, ସାଲିମା ଟେଟେ, ଫରୱାର୍ଡସ୍ ଭାବେ ରାନୀ, ନବନୀତ୍ କୌର୍, ଲାଲରେମସିଆମି, ବନ୍ଦନା କଟାରିଆ, ଶର୍ମିଲା ଦେବୀ ।

Leave a Reply

Your email address will not be published. Required fields are marked *