ରାଜ୍ୟ

କଟକଣା ମାନନ୍ତୁ: ୩ ଏସପିଙ୍କ ଅପିଲ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଜାରି ହୋଇଛି ଆଂଶିକ ଲକଡାଉନ୍ । ପୂର୍ବରୁ ଜାରି ହୋଇଥିବା ଲକଡାଉନ୍ରେ କିଛି ମାତ୍ରାରେ କୋହଳ କରାଯାଇଛି । ଏହା ସହ ସଂକ୍ରମଣ ହାରକୁ ଦେଖି ସଂପୂର୍ଣ୍ଣ ରାଜ୍ୟକୁ ଦୁଇଟି କାଟୋଗୋରୀରେ ବିଭକ୍ତ କରାଯାଇଛି । ଲକଡାଉନରେ କୋହଳକକୁ ନେଇ ଆଜି ୩ ଏସପି ଲୋକଙ୍କୁ ସମସ୍ତ କୋଭିଡ ନିୟମ ମାନିବାକୁ ଅପିଲ କରିଛନ୍ତି । ବ୍ରହ୍ମପୁର ଏସପି ପିନାକ ମିଶ୍ର, କଟକ ଏସପି ବି. ଯୁଗଳ କିଶୋର ଏବଂ ଅନୁଗୁଳ ଏସପି ଜଗମୋହନ ମିନା କୋଭିଡ଼ କଟକଣାକୁ ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ଏସପି କହିଛନ୍ତି ଏଯାଏ କୋଭିଡ଼ ଯାଇନି ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । କଟକ ଗ୍ରାମାଞ୍ଚଳରେ ସବୁ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ଥିବା କହିଛନ୍ତି ଏସପି । ଗ୍ରାହକ, ଚାଷୀ କିମ୍ବା ବ୍ୟବସାୟୀମାନେ ହାଟକୁ ନଯିବାକୁ କହିଛନ୍ତି ଏସ୍ପି । ଚାଷୀମାନେ ସେମାନଙ୍କ ଜିନିଷ ଖୋଲା ସ୍ଥାନରେ ବସି ବିକ୍ରି କରିପାରିବେ ।

Leave a Reply

Your email address will not be published. Required fields are marked *