Uncategorized

ବିଏମସିରେ ୧୦ ଲକ୍ଷରୁ ଅଧିକ ଟିକାକରଣ

ଭୁବନେଶ୍ୱର : କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଏହାର ବହୁମୁଖୀ ରଣନୀତି ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ମିଳିତ ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ୧୦ ଲକ୍ଷରୁ ଅଧିକ ଡୋଜ ଦେଇ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଭୟ ସରକାରୀ ଏବଂ ବେସରକାରୀ ଟୀକାକରଣ କେନ୍ଦ୍ରର ସଫଳତାକୁ ମିଶାଇ ୬, ୩୦,୧୯୧ ନାଗରିକ ପ୍ରଥମ ଡୋଜ ନେଇଥିବା ବେଳେ ୩,୭୯,୫୦୫ ନାଗରିକ ଟିକାର ଉଭୟ ଡୋଜ ନେଇସାରିଛନ୍ତି । ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସମସ୍ତ ନାଗରିକ“ଆମେ ସମସ୍ତ ନାଗରିକ ତଥା ବୟସ ବର୍ଗଙ୍କ ଟିକାକରଣ ପାଇଁ ଏକ ବିସ୍ତୃତ ଯୋଜନା ଗ୍ରହଣ କରଯାଇଛି । ଯାହାଦ୍ୱାରା କୋଭିଡ-୧୯ ମହାମାରୀ ବିରୋଧରେ ଏକ ସୁଚିନ୍ତିତ ଯୁଦ୍ଧ ଲଢ଼ାଯାଇପାରିବ। ସେ ଆହୁରି କହିଛନ୍ତି ଟିକାକରଣ ପରେ ମଧ୍ୟ ସମସ୍ତଙ୍କୁ ସତର୍କ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *