ରାଜ୍ୟ

ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବେ ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ,  ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ। ସବୁ ସ୍ଥାନରେ ତଦାରଖ ଚାଲିଛି, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଏହାସହ ଗତ ୧୫ ଦିନର ସମସ୍ତ ଡାଟା ରହିଛି, ବିଚାର ବିମର୍ଶ ବି ଜାରି ରହିଛି। ଦିନେ କି ଦୁଇଦିନ ଭିତରେ SRCଙ୍କ ପକ୍ଷରୁ ଗାଇଡଲାଇନ୍ ଆସିବ ବୋଲି ସେ ସ୍ପଷ୍ଟ କରିଈଛନ୍ତି। ହସ୍ପିଟାଲରୁ କ୍ରମଶଃ ଚାପ କମୁଛି, ବର୍ତ୍ତମାନ ବେଡ୍ ପର୍ଯ୍ୟାପ୍ତ ସଂଖ୍ୟାରେ ଅଛି ବୋଲି ସେ ସୂଚନା ଦେଇଛନ୍ତି। ICU ରେ ୫୬% ବେଡ଼୍‌ ବ୍ୟବହାର ହୋଇଛି। କେବଳ ଏତିକି ନୁହେଁ ବରଂ ସାଧାରଣ ବେଡର ୟୁଟିଲାଇଜେସନ୍ ମଧ୍ୟ କମିଛି। ଏହାସହ ଯେଉଁଠି ଅଧିକ ପଜିଟିଭ ବାହାରୁଛି ସେଠାରେ ସର୍ଭେଲାନ୍ସ କରାଯାଉଛି ବୋଲି ସେ କହିଛନ୍ତି। ଅଧିକ ଟେଷ୍ଟ କରାଯାଇ ଆଇସୋଲେଟ୍  ଲୋକଙ୍କୁ କରାଯାଉଛି। ତେବେ ରାଜ୍ୟରେ ପ୍ରାୟ ୧ ମାସରୁ ଅଧିକ ସମୟ ଲକଡାଉନ୍‌ ରହିଛି। ଅନ୍ୟ ରାଜ୍ୟ ଗୁଡ଼ିକ ଲକଡାଉନ୍‌ ଖୋଲୁଥିବାରୁ ଆମ ରାଜ୍ୟ ସରକାର କେବେ ଲକଡାଉନ୍‌ ଖୋଲିବେ ବା ଅନଲକ୍‌ ଆରମ୍ଭ କରିବେ ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *