ଅପରାଧଦେଶ- ବିଦେଶ

ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କଲା ସ୍ୱାମୀ

ନୋଏଡା: ଦାମ୍ପତ୍ୟ ଜୀବନରେ ଅନେକ ସମୟରେ ବାଦ ବିବାଦ ଚାଲିଥାଏ । ହେଲେ ବେଳେ ବେଳେ ଏହା ଉଗ୍ର ରୂପ ନିଏ । କେତେ ବେଳେ କ୍ରୋଧର ବଶ ହୋଇ ସ୍ତ୍ରୀ ଉପରେ ସ୍ୱାମୀ ଭାରୀ ପଡିଯାଏ ତ ଆଉ କେତେ ବେଳେ ସ୍ୱାମୀ ଉପରେ ସ୍ତ୍ରୀ । ତେବେ ଇତି ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଦେଖିବାକୁ ମିଳିଛି ନୋଏଡାରେ । ପ୍ରକୃତରେ ଏକ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ ବଦନାମ କରିବାକୁ ଯାଇ ସ୍ତ୍ରୀର କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିଛି। ସୂଚନା ଅନୁସାରେ, ସ୍ୱାମୀ ରବୀନ୍ଦ୍ର ରାଘବଙ୍କ କିଛି ଦିନ ହେବ ସ୍ତ୍ରୀ ସହିତ ବିବାଦ ଲାଗି ରହିଥିଲା । ଯାହା ଫଳରେ ସ୍ତ୍ରୀ ଶାଶୂଘର ଛାଡି ନୋଏଡାରେ ଯାଇ ରହିଥିଲେ ଏବଂ ସେଠାରେ ନିଜ ଗୁଜୁରାଣ ମେଣ୍ଟାଇବା ଲାଗି ଗୋଟିଏ ଘରୋଇ କମ୍ପାନିରେ ଚାକିରି କରୁଥିଲେ । ହେଲେ ସ୍ତ୍ରୀ ଏପରି କରିବାରୁ ସ୍ୱାମୀ ରାଗରେ ଆସି ଗୋଟିଏ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ସ୍ତ୍ରୀର କିଛି ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ଏହା ଜାଣିବା ପରେ ସ୍ତ୍ରୀ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ମଙ୍ଗଳବାର ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଏହାସହ ତାଙ୍କ ଠାରୁ ମୋବାଇଲ୍ ମଧ୍ୟ ଜବତ କରିଛି ।

Leave a Reply

Your email address will not be published. Required fields are marked *