ରାଜ୍ୟ

ରାଜ୍ୟରେ ଆଜି ୩,୪୦୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୩,୪୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧,୪୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧,୪୬୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧ ରହିଥିବା ବେଳେ ୫୧ ହଜାର ୧୦୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦୦ ସଂକ୍ରମିତ । ଅନୁଗୁଳରୁ ୧୮୩ , ବାଲେଶ୍ୱରରୁ ୨୯୬, ବରଗଡ଼ ୬୬, ଭଦ୍ରକ ୧୭୯, ବଲାଙ୍ଗୀର ୧୮ , ବୌଦ୍ଧ ୫୯, କଟକ ୨୩୦, ଦେବଗଡ଼ ୨୩, ଢେଙ୍କାନାଳ ୫୪, ଗଜପତି ୫୮, ଗଞ୍ଜାମ ୩୬, ଜଗତସିଂହପୁର ୧୨୯, ଯାଜପୁର ୩୯୧, ଝାରସୁଗୁଡ଼ା ୯, କଳାହାଣ୍ଡି ୫୪ , କନ୍ଧମାଳ ୫୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୮୯, କୋରାପୁଟ ୬୩, ମାଲକାନଗିରି ୭୨ , ମୟୂରଭଞ୍ଜ ୧୮୭, ନବରଙ୍ଗପୁର ୮୩, ନୟାଗଡ଼ ୯୭, ନୂଆପଡ଼ା ୨୮, ପୁରୀ ୧୪୧, ରାୟଗଡ଼ା ୪୫, ସମ୍ୱଲପୁର ୩୮, ସୋନପୁର ୨୫ , ସୁନ୍ଦରଗଡ଼ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *