ଅପରାଧମହାନଗରରାଜ୍ୟ

କଟକରେ ସେକ୍ସ ରାକେଟ୍ ଠାବ, ୩ ଅଟକ

କଟକ : କରୋନା କାଳରେ ବି ଜାରି ରହିଛି ଦେହ ବ୍ୟବସାୟ । ଏହାରି ମଧ୍ୟରେ କଟକର ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରହିଛି । ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଛି । ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଘଟଣାକୁ ନେଇ ପୋଲିସର ଛାନଭିନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *