ରାଜନୀତିରାଜ୍ୟ

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ଝାରପଡା ଜେଲରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀଦ ପାଣିଗ୍ରାହୀ ଆଜି ଜେଲରୁ ମୁକୁଳିଛନ୍ତି । ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ବାହାରିଲେ ପାଣିଗ୍ରାହୀ । ଠକେଇ ଏବଂ ଜାଲିଆତି ମାମଲାରେ ଫସି ଜେଲ୍ ଭିତରେ ସଜ୍ଜା କାଟୁଥିବା ଗୋପାଳପୁର ବିଧାୟକ ଆଜି ମୁକୁଳିଛନ୍ତି । ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ । ତେବେ ଡିସେମ୍ବର ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନାମରେ ୬ଟି କେସ୍ ହୋଇଥିବା ବେଳେ ଗତକାଲି ତାଙ୍କୁ ଷଷ୍ଠ ମାମଲାରେ ଜାମିନ୍ ମିଳିଥିଲା । ପୂର୍ବରୁ ୫ଟି ମାମଲାରେ ତାଙ୍କୁ ଜାମିନ୍ ମିଳିସାରିଥିଲା ।

Leave a Reply

Your email address will not be published. Required fields are marked *