ମହାନଗରରାଜ୍ୟ

ଭୁବନେଶ୍ୱରରେ ପୁଣି ବଦଳିଲା ଟିକା ସମୟ

ଭୁବନେଶ୍ୱର : କରୋନା କାଳରେ ରାଜଧାନୀ ଭୁବନେଶ୍ୱରରେ ପୁଣି ବଦଳିଛି ଟିକା ସମୟ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ ଟିକାକରଣ ଦିଆଯିବ । ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କୁ ଅବଧି ମୁତାବକ ୨ୟ ଡୋଜ୍ ଦିଆଯିବ । ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ୨ୟ ଡୋଜ ଟିକାକରଣ ସରିଯିବ । ଏହା ପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହେବ । ସକାଳ ସମୟରେ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯିବ । ଅପରାହ୍ନରେ ୧୮-୪୪ ଓ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ୨ୟ ଡୋଜ ଟିକା ଦିଆଯିବ ।

Leave a Reply

Your email address will not be published. Required fields are marked *