ମହାନଗରରାଜ୍ୟ

କଟକରୁ ୧୭ ହଜାର ନକଲି ଫାଭିପିରାଭିର୍ ଟାବଲେଟ୍ ଜବତ

କଟକ : କିଛି ଦିନର ବ୍ୟବଧାନ ପରେ ପୁଣିଥରେ କଟକ ଜିଲ୍ଲାରୁ ନକଲି ସାମଗ୍ରୀ ଠାବ ହୋଇଛି । ତେବେ ଆଜି କଟକରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍ ଜବତ ହୋଇଛି । ଆଉ ଏହା ଏକ ମେଡିସିନ୍ ଷ୍ଟୋରରୁ ଜବତ ହୋଇଛି । ସୂଚନା ଯେ, କନିକା ଛକର ଏକ ମେଡିସିନ୍ ଷ୍ଟୋରରୁ ଏହି ନକଲି ଫାଭିପିରାଭିର୍ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । ସେଠାରୁ ୧୭୦ ପେଟି ଭର୍ତ୍ତି ହୋଇଥିବା ୧୭ ହଜାର ଟାବଲେଟ୍ ଜବତ ହୋଇଥିବା ସୂଚନା ରହିଛି । ଜବତ ପରେ ଏହି ସବୁକୁ ଟେଷ୍ଟିଂ ପାଇଁ ପଠାଇଦିଆଯାଇଛି । ସେଥିମଧ୍ୟରୁ କିଛି ପରିମାଣର ନକଲି ଫାଭିପିରାଭିର୍ ଗ୍ୱାଲିୟର୍ କୁ ପଠାଯାଇଥିବା ସୂଚନା । ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଅନ୍ନଦା ଶଙ୍କର ଦାସ୍ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ କୋଭିଡ୍ କାଳରେ ଏହି ମେଡିସିନ୍ କୁ ବ୍ୟବହାର କରାଯାଉଥିବା ବେଳେ ଏପରି ଭାବରେ ନକଲି ମେଡିସିନ୍ ବିକ୍ରି କରି ଲୋକଙ୍କ ବିଶ୍ୱାସ ସହିତ ଖେଳ ଖେଳାଯାଉଛି ।

Leave a Reply

Your email address will not be published. Required fields are marked *