ମହାନଗରରାଜ୍ୟ

ରେଡ୍ ଫ୍ଲାଗ ରୋଗୀଙ୍କୁ ମିଳୁଛି ସ୍ୱତନ୍ତ୍ର ସେବା

ଭୁବନେଶ୍ୱର : ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ରେଡ ଏବଂ ଗ୍ରୀନ ଫ୍ଲାଗରେ ଅନ୍ତର୍ଭୁକ୍ତ କରିବା ଫଳରେ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସହାୟକ ହୋଇଛି । ମେ ୧୮ ତାରିଖ ସୁଦ୍ଧା ତିନୋଟି ଜୋନରୁ ଚିହ୍ନଟ ହୋଇଥିବା ୬୪୫ ରେଡ୍ ଫ୍ଲାଗ୍ ରୋଗୀଙ୍କ ଠାରୁ ୧,୮୩୯ କଲ ଆସିଥିଲା । ସେମାନଙ୍କ ମଧ୍ୟରୁ ୧୧୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟମାନଙ୍କୁ ରାପିଡ ରେସପନ୍ସ ଟିମ୍(ଆରଆରଟି) ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଘରକୁ ଯାଇ ବିଶେଷ ଯତ୍ନ ନେଉଛନ୍ତି ।୧୯୨୯ କଲ୍ ସେଣ୍ଟରରୁ ରେଡ୍ ଫ୍ଲାଗ ରୋଗୀଙ୍କୁ କ୍ରମାଗତ ତିନି ଦିନ ଧରି ଯୋଗାଯୋଗ କରାଯାଉଥିବାବେଳେ ଜୋନ୍ ଅନ୍ତର୍ଗତ ଆରଆରଟି ଟିମ୍ ରୋଗୀଙ୍କୁ ନିୟମିତ ଭାବେ ଦେଖାକରି ସ୍ୱାସ୍ଥ୍ୟ ସ୍ଥିତି ଉପରେ ନଜର ରଖିଥାନ୍ତି । କୌଣସି ଲକ୍ଷଣ ନଥିବା ଓ ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ଗ୍ରୀନ ଫ୍ଲାଗ ବର୍ଗରେ ରଖାଯାଇଛି ।

ମଧ୍ୟମ ପ୍ରଭାବିତ ହୋଇଥିବା ରୋଗୀଙ୍କୁ ରେଡ୍ ଫ୍ଲାଗ କେସ କୁହାଯାଏ । ରେଡ୍ ଫ୍ଲାଗ୍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ବିଏସି କମିଶନର ସଞ୍ଜୟ କୁମାର ସିଂହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧୯୨୯ କଲ୍ ସେଣ୍ଟରର କାର୍ଯ୍ୟନିର୍ବାହୀମାନେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧିକାରୀଙ୍କ ଦ୍ୱାରା ମେ ୨୯ରେ ପ୍ରଥମେ ୨୨ ଜଣ ରୋଗୀଙ୍କୁ ରେଡ୍ ଫ୍ଲାଗ ରୋଗୀ ଭାବେ ଚିହ୍ନଟ କରିଥିଲେ । ସମ୍ପ୍ରତି କଲ୍ ସେଣ୍ଟର ଦୈନିକ ୧୦୦ରୁ ଅଧିକ ରୋଗୀଙ୍କୁ ଯୋଗାଯୋଗ କରୁଛି । ନିକଟରେ କୋଭିଡ ପଜିଟିଭ ହୋଇଥିବା ସୁଷମା ମହାନ୍ତି କହିଛନ୍ତି ଯେ ଏହି ରେଡ୍ ଫ୍ଲାଗ ଶ୍ରେଣୀ କରାଯିବା ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ୱାର ସେ ବେଶ ଉପକୃତ ହୋଇଛନ୍ତି ଏବଂ ଆରଆରଟି ଟିମ ତାଙ୍କୁ ନିୟମିତ ବ୍ୟବଧାନରେ ପରୀକ୍ଷଣ ପାଇଁ ଆସୁଥିଲେ ବୋଲି କହିଛନ୍ତି । ସେହିପରି ସୁଷମାଙ୍କ ସ୍ୱାମୀ କହିଛନ୍ତି ଯେ ମେଡିକାଲ ଟିମର ତତ୍ପରତା ଯୋଗୁଁ ତାଙ୍କ ପତ୍ନୀ ଖୁବଶୀଘ୍ର ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *