ଦେଶ- ବିଦେଶରାଜନୀତି

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଆଜି ଭାରତୀୟ ଜନତା ପାଟି(ବିଜେପି)ରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଜିତିନ୍ । ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତିନଙ୍କୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଏ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି । ଏହି ସମୟରେ ଗୋୟଲ କହିଛନ୍ତି ଯେ, ପ୍ରସାଦ ଦଳରେ ସାମିଲ ହେବାରୁ ଦଳ ଆହୁରୀ ଶକ୍ତିଶାଳୀ ହେବ । ତେବେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଥିଲେ ଜିତିନ ପ୍ରସାଦ । ଦିଗଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି ଜିତିନ୍ । ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଭାବେ ଜିତେନ୍ଦ୍ର କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *