ଦେଶ- ବିଦେଶ

କୋଭିସିଲ୍ଡ ଓ କୋଭାକ୍ସିନ୍ ନେବା ପରେ ବି ସଂକ୍ରମିତ କରିପାରେ ଡେଲ୍ଟା ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନାର ଡେଲ୍ଟା ଭାରିଆଣ୍ଟ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଯାକ ଡୋଜ୍ ନେଇଥିଲେ ମଧ୍ୟ ସଂକ୍ରମିତ କରିପାରେ । ପ୍ରଥମଥର ଦେଶରେ ଗତ ଅକ୍ଟୋବରରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ରିପୋର୍ଟ ଅନୁସାରେ, ଏମ୍ସ ଦିଲ୍ଲୀ ଓ ନ୍ୟାସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲର ଅଲଗା ଅଲଗା ଅଧ୍ୟୟନରୁ ଏହା ଜଣାପଡ଼ିଛି । ତେବେ ଉଭୟ ଅଧ୍ୟୟନର ଏଯାଏଁ ସମୀକ୍ଷା କରାଯାଇ ନାହିଁ । ଏମ୍ସର ଅଧ୍ୟୟନ ଅନୁସାରେ, ବ୍ରିଟେନରେ ଦେଖା ଯାଇଥିବା ଅଲ୍ଫା ଭାରିଆଣ୍ଟ ତୁଳନାରେ ଡେଲ୍ଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ । ଭାରତରେ କରୋନା ମାମଲା ବୃଦ୍ଧିର କାରଣ ଏହାକୁ କୁହାଯାଉଛି । ଦେଶରେ ଡେଲ୍ଟା (B.1.617.2) ଭାରିଆଣ୍ଟ ଟିକା ନେବା ପରେ ସଂକ୍ରମିତ କରୁଛି । ଦେଶରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଅଧ୍ୟୟନରୁ ଜଣାପଡ଼ିଛି କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ଉଭୟ ଅଲ୍ଫା ଓ ଡେଲ୍ଟା ଭାରିଆଣ୍ଟ ସଂକ୍ରମିତ କରିଛି । ଏମ୍ସ-ଆଇଜିଆଇବି ଅଧ୍ୟୟନ ଅନୁସାରେ, ୬୩ ପ୍ରତିଶତ ସଂକ୍ରମଣ ଲକ୍ଷଣ ଥିବା ରୋଗୀଙ୍କ ସ୍ଥିତିକୁ ବିଶ୍ଲେଷଣ କରାଯାଇଛି । ୫ରୁ ୭ ଦିନ ଜର ଲାଗି ରହିବା ପରେ ଏମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ୍ ଓ ଅନ୍ୟମାନଙ୍କୁ କୋଭିସିଲ୍ଡର ଗୋଟିଏ ଡୋଜ୍ ଦିଆଯାଇଥିଲା । ଯେତେବେଳେକି ୩୬ ଜଣଙ୍କୁ ଟିକାର ୨ଟି ଡୋଜ୍ ଦିଆଯାଇଥିଲା। ଗୋଟିଏ ଡୋଜ୍ ଟିକା ନେଇଥିବା ୭୬.୯ ପ୍ରତିଶତ ଲୋକଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ୨ ଡୋଜ୍ ଟିକା ନେଇଥିବା ୬୦ ପ୍ରତିଶତ ଲୋକଙ୍କ ଠାରେ ଏହା ଚିହ୍ନଟ ହୋଇଛି ।

Leave a Reply

Your email address will not be published. Required fields are marked *