ରାଜନୀତିରାଜ୍ୟ

ଭୀମ ଭୋଇ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ବହୁ ପ୍ରତିକ୍ଷୀତ ଅକ୍ସିଜେନ ପ୍ଲାନ୍ଟର ଶିଳାନ୍ୟାସ କରିଛନ୍ତି । ଏହି ପ୍ଲାନ୍ଟ ରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (୬୦୦ ଏଲ୍ ପି ଏମ୍‌) ର ଉପ୍ତାଦିକରଣ ଏବଂ ବଣ୍ଟନ ବ୍ୟବସ୍ଥା ସହିତ ତରଳ ଅକ୍ସିଜେନ (ଏଲ୍‌ଏମ୍ ଓ, ୧୩ କେଏଲ୍‌)ର ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହା ଦ୍ୱାରା ଅଂଚଳରେ ମେଡିକାଲ ଅକ୍ସିଜେନ ର ଅଭାବ ଦୂର ହେବା ସହିତ ଭୀମ ଭୋଇ ମେଡିକାଲ ଅକ୍ସିଜେନ ଉତ୍ପାଦିକରଣ ଓ ବନ୍ଟନରେ ଆତ୍ମ ନିର୍ଭର ହୋଇ ପାରିବ ବୋଲି କୁହା ଯାଇଛି । ଓଡିଶାର ସମସ୍ତ ଜିଲ୍ଲାର ମୂଖ୍ୟ ଡାକ୍ତରଖାନା ତଥା ମେଡିକାଲ କଲେଜ ମାନଙ୍କରେ ଅକ୍ସିଜେନ ଉତ୍ପାଦନ, ସଂରକ୍ଷଣ ଓ ବନ୍ଟନ ବ୍ୟବସ୍ଥା କରିବା ନେଇ ଗତ ଅପ୍ରେଲ ୨୭ ରେ ଘୋଷଣା କରିଥିଲେ ।

ଆଜି ସେହି ପ୍ରତିଶୃତି ପୂରଣ ପୂର୍ବକ ସମଗ୍ର ରାଜ୍ୟରେ ୫ଟି ମେଡିକାଲ କଲେଜ ଓ ୨ଟି ମୂଖ୍ୟ ଡାକ୍ତରଖାନରେ ମେଡିକାଲ ଅକ୍ସିଜେନ ପ୍ଲାନ୍ଟର ଭର୍ଚୁଏଲ ମାଧ୍ୟମରେ ଶିଳାନ୍ୟାସ ହୋଇଛିି । ସେହି କ୍ରମରେ ବଲାଙ୍ଗିର ବୀମ ଭୋଇ ମେଡିକାଲରେ ମେଡିକାଲ ଅକ୍ସିଜେନତ୍ତଉତ୍ପାଦିକରଣ, ସଂରକ୍ଷଣ ଓ ବନ୍ଟନ ବ୍ୟବସ୍ଥା ର ଶିଳନ୍ୟାଶ କରିଛନ୍ତି । ଏହା ଦ୍ୱାରା ମହାମାରୀ ସମୟରେ ରୋଗୀ ଅତ୍ୟନ୍ତ ଅବଶ୍ୟକ ଅକ୍ସିଜେନ ସୁବିଧା ନିରନ୍ତର ପାଇବା ସହିତ ଅନେକ ମୂଲ୍ୟବାନ ଜିବନ ବଞ୍ଚାଯାଇପାରିବ ବୋଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତେବେ ସରକାର ମହାମାରୀ ର ମୁକାବିଲା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟିତ ଥିବାବେଳେ ଜନସାଧାରଣ ମଧ୍ୟ ମହାମାରୀ ପ୍ରତି ସତର୍କ ରହିବା ସହ ସମସ୍ତ ସରକାରୀ ନିୟମ ପାଳନ କରିବକୁ ସେ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗଦାନ କରି ବଲାଙ୍ଗିରରେ ଉକ୍ତ ପ୍ଲାନ୍ଟ ର ଶିଳାନ୍ୟଶ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଉକ୍ତ ପ୍ଲାନ୍ଟ ଦ୍ୱାରା ବଲାଙ୍ଗିର ତଥା ବଲାଙ୍ଗିର ମେଡିକାଲ ଉପରେ ନିର୍ଭରଶିଳ ଜନତା ମେଡିକାଲ ଅକ୍ସିଜେନ ଅଭାବରୁ ମୁକ୍ତି ପାଇବେ ବୋଲି କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ, ମୋର ଅକ୍ସିଜେନ ପ୍ଲାନ୍ଟ ଦାବୀକୁ ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ଗ୍ରହଣ କରି ବଲାଙ୍ଗିର ପ୍ଲାନ୍ଟ ସ୍ଥାପନ ପାଇଁ ପଦକ୍ଷେପ ନେଥିବାରୁ ତାଙ୍କୁ ବିଶେଷ ଧନ୍ୟବାଦ ଜଣାଉଛି ।

ତାସହ ଭୀମ ଭୋଇ ମେଡିକାଲ ପ୍ରକଳ୍ପ ନିର୍ମାଣଣ ଧିମେଇ ଯାଉଛି । ଏହାକୁ ତ୍ୱରାନ୍ୱିତ କରି ଡିସେମ୍ବର ୨୦୨୨ ସୁଦ୍ଧା ସଂପୁର୍ଣ୍ଣ କରିବା ଓ ଜିଲ୍ଲାର ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଟୀକା ପ୍ରଦାନ କରିବାକୁ ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା , ଭୀମ ଭୋଇ ମେଡିକାଲ ର ଡିନ୍ ଡା. ସବିତା ମହାପାତ୍ର ସମେତ ଭିଭିନ୍ନ ବିଭାଗର ଜିଲ୍ଲା ସ୍ତରିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ମହାମାରୀ ସମୟରେ ଭୀମ ଭୋଇ ମେଡିକାଲ କଲେଜରେ ପ୍ରଥମେ କେନ୍ଦ୍ରୀୟ ଅକ୍ସିଜେନ ବିତରଣ କେନ୍ଦ୍ର ସ୍ଥାପନ ଓ ପରେ ପରେ ଏହି ଅକ୍ସିଜେନ ପ୍ଲାନ୍ଟର ଶିଳନ୍ୟାଶ ଜନସାଧାରଣଙ୍କୁ ଅସ୍ୱସ୍ତି ପ୍ରଦାନ କରିବା ସହ କରୋନା ସହ ଲଢିବାରେ ସାହାଶ ପ୍ରଦାନ କରିଥିବା ଅନୂଭୁତ ହେଉଛି ।

Leave a Reply

Your email address will not be published. Required fields are marked *