ଦେଶ- ବିଦେଶମନୋରଞ୍ଜନ

ଭେଣ୍ଟିଲେଟର ନୁହେଁ, ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡ଼ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଦିଲ୍ଲୀପ କୁମାରଙ୍କ ଟ୍ବିଟର ଆକାଉଣ୍ଟରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରିଛି । ଦିଲ୍ଲୀପ କୁମାରଙ୍କ ଆକାଉଣ୍ଟରୁ ଟ୍ୱିଟ କରାଯାଇଛି । ଜଲୀଲ ପାରକର ନାମକ ଡାକ୍ତର ଦିଲ୍ଲୀପଙ୍କ ଚିକିତ୍ସା କରୁଛନ୍ତି । ସେ ଅପଡେଟ ଦେଇ କହିଛନନ୍ତି ଯେ, ଭେଣ୍ଟିଲେଟର ନୁହେଁ ବରଂ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଦିଲ୍ଲୀପ ସାହବ । ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ତେବେ ସ୍ୱାସ୍ଥ୍ୟଜନିତ କାରଣରୁ ଗତମାସରେ ସେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସମସ୍ତ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ରୁଟିନ୍ ଚେକଅପ୍ କରିବା ନିମନ୍ତେ ସେ ହସ୍ପିଟାଲ ଯାଇଥିବା ନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀପ ୯୮ ବର୍ଷ ବୟସରେ ଉପନୀତ ହୋଇସାରି ଥିବାରୁ କରୋନାକୁ ନେଇ ସେ ଖୁବ୍ ସତର୍କତା ଅବଲମ୍ବନ କରୁଛନ୍ତି । କୋଭିଡ୍ କାରଣରୁ ସେ ତାଙ୍କର ଜନ୍ମଦିନ ପାଳନ କରିନଥିଲେ । ଗତବର୍ଷ କରୋନାରେ ଦିଲ୍ଲୀପ ନିଜର ଦୁଇ ଭାଇଙ୍କୁ ହରାଇଥିଲେ ।

Leave a Reply

Your email address will not be published. Required fields are marked *