ଦେଶ- ବିଦେଶ

ବେସରକାରୀ ହସ୍ପିଟାଲ ଗୁଡ଼ିକ ପାଇଁ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ମୂଲ୍ୟ ସମ୍ପର୍କରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିସିଲଡ, ଭାରତ ବାୟୋଟେକର କୋଭାକ୍ସିନ ଏବଂ ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ପାଇଁ ଘରୋଇ ଡାକ୍ତରଖାନା ଜିଏସଟି ଏବଂ ସେବା ଟ୍ୟାକ୍ସ ସମେତ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ଚାର୍ଜ କରିପାରିବ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଭିସିଲଡ୍ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ ଟିକା ପାଇଁ ସର୍ବାଧିକ ୧୧୪୫ ଟଙ୍କା ନେଇପାରିବେ ଘରୋଇ ହସ୍ପିଟାଲ।

Leave a Reply

Your email address will not be published. Required fields are marked *