ମହାନଗରରାଜ୍ୟ

ଭୁବନେଶ୍ୱରରୁ ୬୬୧ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୬୬୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୫୭ ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୮୧ ହଜାର ୫୭୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ସଂଖ୍ୟା ୭୩ ହଜାର ୯୬୫ ଛୁଇଁଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୭ ହଜାର ୨୨୨ ଆକ୍ଟିଭ କେଶ ଥିବା ବେଳେ ୩୬୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୧୫୬ ଜଣ ଥିବା ବେଳେ ୧୫୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *