ଦେଶ- ବିଦେଶ

ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ କେନ୍ଦ୍ର ଟିକା ଯୋଗାଇବ । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଲୋକମାନେ ଟିକା ନେଇପାରିବେ ।

ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ । ଦ୍ୱିତୀୟ ଲହରରେ ଦେଶର ପରିସ୍ଥିତିକୁ ନେଇ ଚର୍ଚ୍ଚା କରି ମୋଦୀ କହିଛନ୍ତି ଯେ, ‘ କରୋନାର ୨ୟ ଲହରରେ ଆମର ଲଢେଇ ଜାରି ରହିଛି । ଅନେକ ନିଜର ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ମହାମାରୀ । ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖିଥିଲା ନା ଅନୁଭବ କରିଥିଲା । ଏଭଳି ମହାମାରୀ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢିଛି । ବିଗତ ଦେଢବର୍ଷରେ ଦେଶରେ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ପୂର୍ବରୁ ମେଡିକାଲ ଅକ୍ସିଜେନର କେବେ ଏଭଳି ଆବଶ୍ୟକ ପଡିନଥିଲା । ଅକ୍ସିଜେନ ପାଇଁ ଜଳ, ସ୍ଥଳ, ଆକାଶ ସବୁକୁ ବ୍ୟବହାର କରାଯାଉଛି । ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି ।’

Leave a Reply

Your email address will not be published. Required fields are marked *