ରାଜ୍ୟ

କରୋନାର ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଜାରି ରହିଛି । କିଛି ଦିନ ହେବ ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏହି ସମୟରେ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ କରୋନା ଔଷଧକୁ ନେଇ ଆଶା ଆଶଙ୍କା ଜାରି ରହିଛି । ତେବେ ଆଜି କରୋନା ଔଷଧ କୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କରୋନାର ଏଯର୍ପ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ୯୬ଟି ଔଷଧକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇଛି । ଏକ କମିଟି ଔଷଧର ବ୍ୟବହାର ଓ ଫଳାଫଳ ଉପରେ ତର୍ଜମା କରୁଛନ୍ତି । ଟାସ୍କଫୋର୍ସର ନିଷ୍ପତି କ୍ରମେ ଔଷଧ ବ୍ୟବହାର କରିବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *