ରାଜ୍ୟ

ପାଣି ପାଇ ହାହାକାର ଗ୍ରାମବାସୀ

ସଇଁନ୍ତଲା : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଧରପଗଡ ଗ୍ରାମ ପଞ୍ଚାୟତ ଜମାଖୁଣ୍ଟା ଗ୍ରାମରେ ୧ହଜାରରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ସରକାରଙ୍କ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁ କୁ ପାଣି ଯୋଗାଇ ଦେବା ପାଇଁ ପେଣ୍ଡ୍ରାମାଲ ଗାଁ ଶେଷ ମୁଣ୍ଡ ରେ ପ୍ରକୋଷ୍ଠ ତିଆରି କରାଯାଇଛି ଓ ଜାମଖୁଣ୍ଟା ଗାଁରେ ଥରେ ନୁହେଁ ଦୁଇ ଦୁଇ ଥର ପାଣି ପାଇପ ବିଛା ଗଲା ଠିକାଦାର ବାବୁ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରି ଷ୍ଟାଣ୍ଡ ପୋଷ୍ଟ ବି ତିଆରି କରାଯାଉଛି ଓ ପାଇପ ବିଛାଇ ଦିଆଯାଇଛି । ଏବେ ସେହି ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଗାଁ ରେ ଚାରିଟି ନଳକୂପ ରହିଥିବା ବେଳେ ସେଥିରୁ ଦୂଷିତ ପାଣି ବାହାରୁ ଥିବା ବେଳେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ମହିଳାମାନେ ଗାଁର ଶେଷ ମୁଣ୍ଡରେ ଥିବା ପାଖରୀ ପାଖରେ ଏକ କୂଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଅନେକ ଲୋକେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି । ତେବେ ବ୍ଲକ୍ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ପ୍ରଭାତ ସେଠୀଙ୍କୁ ପଚାରିବାରୁ ଦାୟିତ୍ୱ ରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ତୁରନ୍ତ ପଦକ୍ଷେପ ନେବା ସହ ଉକ୍ତ ଗ୍ରାମବାସୀଙ୍କୁ ସମସ୍ୟା ଦୂର ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *