ରାଜ୍ୟ

ଗାଁ ମଝିରେ ଗୀତ ଗାଇ ସଚେତନ କରୁଛନ୍ତି ଆଶାକର୍ମୀ

ପାଟଣାଗଡ଼ : ଗାଁ ମଝିରେ ଗୀତ ଗାଇ ସଚେତନ କରୁଛନ୍ତି ଆଶାକର୍ମୀ ଦିଦି । ଏ ଦୃଶ୍ୟ କୌଣସି ଯାତ୍ରା କି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାର ନୁହେଁ ଇଏ ହେଉଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଚିଙ୍ଗେରବନ୍ଧ ଗାଁର ଦୃଶ୍ୟ । କରୋନାକୁ ନେଇ ଲୋକମାନଙ୍କ ପାଖକୁ ଯାଇ ସଚେତନତାର ବାର୍ତ୍ତା ଦେଉଛନ୍ତି ଲଳିତା । ସେପୁଣି ଏକ ନୂଆ ରୂପ, ନୂଆ ଢଙ୍ଗରେ ଏପରି ନୂଆ ପ୍ରୟାସକରି ସଚେତନ କରୁଛନ୍ତି ଆଶାକର୍ମୀ ଲଳିତା । ରାତି ପାହିଲେ ଲଳିତା ସମସ୍ତ ସରଞ୍ଜାମ ଧରି ବାହାରିପଡ଼ନ୍ତି ଗାଁକୁ । ହାତରେ ମେଘା ଫୁନଧରି ଗାଁ ଦାଣ୍ଡରେ ବୁଲି ବୁଲି ଗୀତ ଗାଆନ୍ତି । ଗୀତ ମାଧ୍ୟମରେ ଲୋକଙ୍କୁ ଅତି ସରଳ ଭାଷାରେ କରୋନା ସଚେତନ କରୁଛନ୍ତି । ଗାଁରେ ଘର ଘର ବୁଲି କାହାକୁ ଜ୍ୱର କିମ୍ବା ଥଣ୍ଡା ହେଉଛି କି ନାହିଁ ତାହା ସର୍ଭେ କରୁଥିବା ବେଳେ ଘର ଘର ବୁଲି ମାସ ବଣ୍ଟନ କରୁଛନ୍ତି । ନିଜକୁ ଲୋକଙ୍କ ସେବାରେ ସମର୍ପି ଦେଇଛନ୍ତି ଲଳିତା । ଲଳିତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅନ୍ୟ ଅଙ୍ଗନବାଡି ଦିଦିମାନେ ତାଙ୍କୁ ସହଯୋଗ କରୁଛନ୍ତି । କିପରି ଗାଁକୁ କରୋନା ମୁକ୍ତ ରଖିବେ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି । କରୋନା ସମୟରେ ଲୋକେ ଘରୁ ବାହାରୁନ ଥିବାବେଳେ ଲଳିତାଙ୍କ ଏପରି ପ୍ରୟାସକୁ ଲୋକେ ପ୍ରଶଂସାର କରୁଛନ୍ତି । ବର୍ତ୍ତମାନ ତାଙ୍କର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Leave a Reply

Your email address will not be published. Required fields are marked *