ରାଜ୍ୟ

୩୨୫ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଆଜି ମଧ୍ୟ ୩୨୫ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହୋଇଛି । ସିନାପାଲି ବ୍ଲକକୁ ୫୫ଜଣ ଶ୍ରମିକ ତେଲେଙ୍ଗାନରୁ ଫେରିଛନ୍ତି । ସେହିପରି ଖରିଆର ରୋଡ୍ ରେଳ ଷ୍ଟେସନରେ ୨୭୨ଜଣ ଶ୍ରମିକ ଓହ୍ଲାଇ ଥିବା ଜଣାପଡ଼ିଛି । ସମସ୍ତ ଶ୍ରମିକଙ୍କ କୋଭିଡ୍ ନିୟମାବଳୀରେ ଟେଷ୍ଟିଂ କରାଯାଇଛି । ସିନାପାଲିର ୫୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୪ ଜଣଙ୍କୁ ତାଙ୍କ ଘରକୁ ସଙ୍ଗରୋଧ ପାଇଁ ଛାଡ଼ିଦିଆଯାଇଛି । ଖରିଆର ରୋଡ଼୍‌ରେ ଫେରନ୍ତା ୨୭୨ ଜଣଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କୁ ସିନାପାଲି କୋଭିଡ୍ କେୟାର କେନ୍ଦ୍ରରେ ରହିଥିବା ବେଳେ ଅନ୍ୟ ୨୭୦ଙ୍କୁ ତାଙ୍କ ଘରକୁ ସଙ୍ଗରୋଧ ପାଇଁ ଛାଡ଼ିଦିଆଯାଇଛି ।

Leave a Reply

Your email address will not be published. Required fields are marked *