ରାଜ୍ୟ

ସଡ଼କ ଦୁର୍ଘଟଣାରେ ୧ମୃତ

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଶିବ ମନ୍ଦିର ପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ପାଇକମାଳ ବ୍ଲକ କାଂସଡା ଗ୍ରାମର ସୁଖମତ ଭୋଇ (୩୭) । ସୁଖମତ ବାଇକ୍‌ରେ ଶିବ ମନ୍ଦିର ନିକଟରେ ଥିବା ପୁରୁଣା ପୋଲର ରାସ୍ତାକୁ ଅବରୋଧ କରିବା ପାଇଁ ପକା ଯାଇଥିବା ଏକ ଗଛରେ ପିଟି ହୋଇଥିଲେ । ଯାହା ଫଳରେ ବାଇକ ଜମ୍ପ କରି ଗଛର ଆର ପଟକୁ ଛିଟିକି ପଡିଥିବା ବେଳେ ବାଇକ ଆରୋହୀ ସୁଖମତ ଛିଟିକି ପୋଲ ତଳକୁ ପାଣି ଭିତରେ ପଡି ଯାଇଥିଲା । ସାମ୍ବାଦିକ ସୁରଥ ସାହୁ ପ୍ରାପ୍ତ ଭ୍ରମଣ ବେଳେ ବାଇକ ପଡିଥିବାର ସହ ପାଣିରେ ମୃତଦେହ ଭାସୁଥିବା ଦେଖି ପାଇକମାଳ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧଙ୍କୁ ଫୋନ କରି କହିଥିଲେ । ଆଇଆଇସି ଶ୍ରୀ ମନବୋଧଙ୍କ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ôଚ ପୋଲ ତଳୁ ମୃତଦେହ ବାହାର କରିଥିଲେ ।

Leave a Reply

Your email address will not be published. Required fields are marked *