ରାଜ୍ୟ

ଅନାଥ ପୂଜାଙ୍କୁ ସହାୟତା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମୂଷାପାଲି ପଞ୍ଚାୟତ ଗହନାମୁଣ୍ଡା ଗାଁରେ ନିଜ ବାପା ମା’ଙ୍କ ଦେହାନ୍ତ ପରେ ବୃଦ୍ଧା ଆଈ ମା’ ସହ ଅନାଥ ନାବାଳିକା ପୂଜା ଦୁର୍ଗା ରହୁଥିଲେ । ପୂଜା ଅସହାୟ ଭାବେ ପରଲୋକଙ୍କ ଆଶ୍ରାରେ ରହୁଥିବା ବେଳେ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ପରେ ବୁଧବାର ଶିଶୁ ମଙ୍ଗଳ ଟିମ୍ ସହ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେସନର କର୍ମକର୍ତ୍ତା ଅନାଥ ପୂଜାଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।
ସୂଚନା ଅନୁସାରେ ଗହନାମୁଣ୍ଡା ଗାଁରେ ରହୁଥିବା ପୂଜା ବାପା ଆଦେଶ୍ୱର ଦୁର୍ଗା ଓ ମା\’ ହେମାନନ୍ଦି ଦୁର୍ଗାଙ୍କ ଗତ ୮ ବର୍ଷ ତଳେ ମୃତ୍ୟୁ ହୋଇଥିଲା ।

ପରେ ଶିଶୁ କନ୍ୟା ପୂଜାକୁ ବୃଦ୍ଧା ଆଈ ମା\’ ପାଳି ପୋଷି ବଡ଼ କରିଥିଲେ । ତେବେ ବୟସର ଅପରାହ୍ଣରେ ପହଞ୍ଚିବା ପରେ ସେ ବର୍ତ୍ତମାନ ନିଜ ନାତୁଣୀର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି । ପଞ୍ଚାୟତରୁ ମିଳୁଥିବା ମାସିକ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ୩୫ କେଜି ଚାଉଳରେ କୌଣସି ମତେ ଆଈ ଓ ନାତୁଣୀ ଚଳୁଥିବା ବେଳେ ଆଗକୁ ପୂଜାର ଭବିଷ୍ୟତକୁ ନେଇ ଦ୍ୱନ୍ଦରେ ଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ଢଗ ମାଳିଆ ନାଏକ, କାମେଶ ନାଗ, ଶିଶୁ ମଙ୍ଗଳ ଟିମର ସଦସ୍ୟ ରାଜଶ୍ରୀ ପାନି ଗୁଲାମ, ଅମିବୁଲ୍ଲା ଖାଁ, ଡମ୍ବ ସମାଜ ପକ୍ଷରୁ ଭଜମନ ବେମାଲ, ଗୋବର୍ଦ୍ଧନ ବାଗ, ଶବ୍ୟାରାଣୀ ବାଗ, ସମାଜସେବୀ ଧବଳେଶ୍ୱର ନାଗ ଓ ଅନ୍ୟ କର୍ମକର୍ତ୍ତା ମାନେ ପହଞ୍ଚି ଅସହାୟ ପରିବାରକୁ ରାସନ ସାମଗ୍ରୀ ସହ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ ଟିମ ପକ୍ଷରୁ ନାବାଳିକା ଅନାଥ ଶିଶୁ ପୂଜାର ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *