ରାଜ୍ୟ

ସେବା ନିବୃତ ହେଲା ରେଜିଆ ସୁଲତାନା

ପାରାଦୀପ : ଦୀର୍ଘ ୨୧ ବର୍ଷ ଦେଶ ସେବା କରିବା ପରେ ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ରେଜିଆ ସୁଲତାନା’କୁ ସେବାରୁ ଅବସର ଦିଆଯାଇଛି । ଏଥିପାଇଁ ଅବସରକାଳୀନ ସମାରୋହ ପାରାଦୀପ କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ ହୋଇଥିଲା । ଏଥିରେ ପୌରହିତ୍ୟ କରିଥିଲେ କୋଷ୍ଟଗାର୍ଡ କମାଣ୍ଡିଙ୍ଗ ଅଫିସର ତଥା ଡିଆଇଜି ଏସ.ଡି. ଭାନୋଟ । ଏହି ଫାଷ୍ଟ ପେଟ୍ରୋଲ୍ ଭେସେଲ ଗୋଆର ସିପ୍ ୟାଡ୍‌ରେ ନିର୍ମିତ ହୋଇଥିଲା ।

ଭାରତୀୟ ତଟ ସମେତ ବିଦେଶରେ ମଧ୍ୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ତା’ର ପାରଦର୍ଶିତା ପ୍ରଦର୍ଶନ କରିଛି । ମଙ୍ଗଳବାର ସଂଧ୍ୟାରେ ଏହି ଜାହାଜରୁ କୋଷ୍ଟଗାର୍ଡ ଓ ଭାରତୀୟ ପତାକା ଅବତରଣ କରାଯାଇଥିଲା । ଜାହାଜର କମାଣ୍ଡର୍ ବିଶାଲ ଶର୍ମା ଜାହାଜର ଅବସର ଘୋଷଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଜାହାଜର ଇଞ୍ଜିନ୍‌କୁ ସବୁ ଦିନପାଇଁ ବନ୍ଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *