ଦେଶ- ବିଦେଶମନୋରଞ୍ଜନ

ଚାଲିଗଲେ ପୁଣି ଜଣେ କଳାକାର

ମୁମ୍ବାଇ : ବଲିଉଡ୍‌କୁ ପୁଣି ଏକ ଝଟ୍‌କା। ବଲିଉଡ ଏବେ ଏପରି ଏକ ନୂଆ ହୀରାଙ୍କୁ ହରାଇଛି, ଯାହାଙ୍କ ପାଇଁ ହଜାର ହଜାର ଚଳଚ୍ଚିତ୍ର ସୁପରହିଟ୍ ହୋ‍ଇପାରିଛି। ‘ସଉଦାଗର’ – ‘ଡିସ୍କୋ ଡାନ୍ସର୍’ ପରି ଅନେକ ଚଳଚ୍ଚିତ୍ର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଆଉ ଆମ ମଧ୍ୟରେ ନାହାଁନ୍ତି। କୋଭିଡ ପଜିଟିଭ ମାରୁତି ରାଓ କାଲେଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କରୋନା ସଂକ୍ରମଣ ହେତୁ ମାରୁତିରାଓ କାଲେଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ମାରୁତିରାଓ ଭି କାଲେ ହିନ୍ଦୀ ସିନେମା ପାଇଁ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୬୦ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ମୁଗଲ-ଏ-ଆଜମ’ରେ କାର୍ପେଟର୍‌ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *