ଦେଶ- ବିଦେଶମନୋରଞ୍ଜନ

ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ରୁମମେଟ୍ ସିଦ୍ଧାର୍ଥ ପିଠାନୀ ଗିରଫ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରୁମମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଏନସିବି ଗିରଫ କରିଛି। ପିଠାନୀଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ପିଠାନୀ ହିଁ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ପ୍ରଥମେ ଦେଖିଥିଲେ। ସିଏ ହିଁ ପୁଲିସକୁ ଫୋନ୍ କରିଥିଲେ ଓ ଆମ୍ବୁଲାନ୍ସ ଡକାଇଥିଲେ। ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାର ଏନସିବି ଯାଞ୍ଚ ଆରମ୍ଭ କରିଥିଲା। ଏହି ମାମଲାରେ ଏନସିବି ପୂର୍ବରୁ ଆହୁରି ଅନେକ ଜଣଙ୍କୁ ଗିରଫ କରିସାରିଛି।

Leave a Reply

Your email address will not be published. Required fields are marked *