ଅପରାଧଦେଶ- ବିଦେଶ

ଚତୁର୍ଥୀ ରାତିରେ କାଳ ସାଜିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ହସଖୁସିର ନୂଆ ସଂସାରକୁ ଦଳିଚକଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଥିସହ ବଡ଼ ଅମାନୁଷିକ ଭାବେ ଚତୁର୍ଥୀ ରାତିରେ ସ୍ୱାମୀ ଆଗରେ ସ୍ତ୍ରୀକୁ କଲେ ଗଣଦୁଷ୍କର୍ମ । ସୂଚନା ଅନୁଯାୟୀ ମହମ୍ମଦ ଲତିଫଙ୍କର ବୁଧବାର ବାହାଘର ହୋଇଥିଲା । ସନ୍ଧ୍ୟାରେ ବିବାହ ସାରି କନ୍ୟା ସହ ଘରକୁ ଫେରିଥିଲେ । ତେବେ ସେହି ରାତି ନବ ଦମ୍ପତିଙ୍କ ପାଇଁ ଏଭଳି ଦୁର୍ଦ୍ଦଶା ଆଣିବ ବୋଲି କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଘଟଣା ଅନୁଯାୟୀ ରାତି ପ୍ରାୟ ୩ଟା ବେଳେ ୪ ଜଣ ଦୁର୍ବୃତ୍ତ ଲତିଫଙ୍କ ଘର କବାଟ ବାଡ଼େଇଥିଲେ । କବାଟ ଖୋଲିବା ବେଳକୁ ସେମାନଙ୍କ ମଧ୍ୟରୁ ୩ ଜଣ ପୋଲିସ ପୋଷାକରେ ଥିଲେ ।

ପୋଲିସ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ କହିଥିଲେ ଯେ ଲତିଫଙ୍କ ଘରେ ବେଆଇନ ମଦ ଥିବା ନେଇ ଯାଞ୍ଚ କରାଯିବ । ଏହି ବାହାନାରେ ସେମାନେ ଘର ଭିତରକୁ ପଶିଥିଲେ ଏବଂ ଘରେ ପଶିବା ପରେ ପରିବାରର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ଖାଲି ସେତିକି ନୁହେଁ, କନ୍ୟା ଥିବା ଘରେ ଧଶେଇ ପଶିଥିଲେ । ଜଣେ ଅଭିଯୁକ୍ତ ରୁମ ବାହାରେ ଅପେକ୍ଷା କରିବାବେଳେ ୩ ଜଣ ଲତିଫଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସାମ୍ନାରେ ପତ୍ନୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏପରିକି ୩ ଦୁର୍ବୃତ୍ତ ବାହାରକୁ ଯିବା ପରେ ବାହାରେ ଜଗିଥିବା ଦୁର୍ବୃତ୍ତ ମଧ୍ୟ କନ୍ୟା ସହ ଦୁଷ୍କର୍ମ କରିଥିଲା ।

Leave a Reply

Your email address will not be published. Required fields are marked *