ରାଜ୍ୟ

ଖୁସି ଖବର : ଓଡ଼ିଶାରୁ ଆଜି ୧୧,୯୫୪ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬,୪୭,୧୩୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୩୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭, ଯାଜପୁରରୁ ୭୫୬, ସମ୍ବଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡ଼ରୁ ୪୧୯, ନବରଙ୍ଗପୁରରୁ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

Leave a Reply

Your email address will not be published. Required fields are marked *