ରାଜ୍ୟ

କୋଭିଡ୍ କେୟାର ସେଣ୍ଟର୍ ତଦନ୍ତ କଲେ ନିମାପଡ଼ା ବିଡିଓ

ପୁରୀ(ବସନ୍ତ ଦାସ ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ର ବିଡିଓ ମନୋଜ ବେହେରା ବାତ୍ୟା ପରେ ବ୍ଲକ୍‌ର ବିଭିନ୍ନ କୋଭିଡ୍ ସେଣ୍ଟର୍ ବୁଲି ସ୍ଥିତି ପରଖିଥିଲେ । କୋଭିଡ୍ ସେଣ୍ଟରରେ ଥିବା ଲୋକମାନଙ୍କୁ ଖାଦ୍ୟ ଠିକ୍ ସମୟରେ ଦିଆଯାଉଛି ନା ନାହିଁ ସଂକ୍ରମଣ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମନ ଠିକ୍ ଅଛି ନା ନାହିଁ, ସେମାନଙ୍କର ଯତ୍ନ ଠିକ୍‌ରେ ନିଆ ଯାଉଛି ନା ନାହିଁ ଏବଂ ସାନିଟାଇଜର୍ ହେଉଛି କି ନାହିଁ ପଚାରି ବୁଝିଥିଲେ । ଆଜି ନିମାପଡ଼ା ଓ ଚାରିଛକ ଠାରେ ଟିକା ସୁଚାରୁ ରୂପେ ଦିଆ ଯାଉଛି ନା ନାହିଁ ବୁଲି ଦେଖିଥିଲେ । ମାସ୍କସମସ୍ତେ ପିନ୍ଧିବା ଉପରେ ଗୁରୁତ୍ୱ ଦେଉଥିଲେ । ତାଙ୍କ ସହିତ ନିମାପଡ଼ା ମେଡିକାଲ ଅଧିକାରୀ କ୍ଷମାନିଧି ସେଠୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *