ଦେଶ- ବିଦେଶ

ଜୁଲାଇରେ ଭାରତରେ ମିଳିବ ଫାଇଜର ଟିକା

ନୁଆଦିଲ୍ଲୀ : ଆମେ ଫାଇଜର ସହିତ ସମ୍ପର୍କରେ ଅଛୁ ସେମାନେ ଆସନ୍ତା ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକା ଉପଲବ୍ଧତାକୁ ସୂଚାଇ ଦେଇଛନ୍ତି, ସମ୍ଭବତ ତାହା ଜୁଲାଇରେ ମିଳିବ । ଆଜି ଏ ବିଷୟରେ ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡ.ଭି କେ ପଲ । ସେ କହିଛନ୍ତି ଫାଇଜର ସହିତ ସରକାର କିଛି ବଷୟରେ ଆଲୋଚନା କରୁଛନ୍ତି । ଫାଇଜର ପକ୍ଷରୁ କିଛି କ୍ଷତିପୁରଣ ଦାବି କରାଯାଇଛି ଏବଂ ସରକାର ଏହି ଆବେଦନ ଉପର ବେିଚାର କରୁଛନ୍ତି । ତେବେ ସୁଚନା ମୁତାବକ ଚଳିତ ବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଭାରତକୁ ଫାଇଜର ୫ କୋଟି ଡୋଜ ଦେବାକୁ ପ୍ରସ୍ତୁତ ଏବଂ କ୍ଷତିପୂରଣ ସମେତ କିଛି ସୁବିଧା ଚାହୁଁଥିବା ପିଫାଇଜର ଏହି ସପ୍ତାହରେ ଭାରତ ସରକାରୀ କର୍ତ୍ତୃପକ୍ଷଙ୍କ ସହ ଅନେକ ଆଲୋଚନା କରିଛି। ବିଭିନ୍ନ ଦେଶରେ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଟିକା ପାଇଁ ଫଳପ୍ରଦ ପରୀକ୍ଷା ଏବଂ ଅନୁମୋଦନ କରାଯାଇଛି ।

ଜାନୁଆରୀ ମଧ୍ୟଭାଗରେ ଭାରତରେ ଟୀକାକରଣ ଆରମ୍ଭ ହେବା ପରଠାରୁ ଭାରତ ଏପର‌୍ୟ୍ୟନ୍ତ ୨୦ କୋଟିରୁ ଅଧିକ ଡୋଜ ଦେଇସାରିଥିବା ବେଳେ ସମଗ୍ର ଜନସଂଖ୍ୟା ପାଇଁ ଟୀକାକରଣ ପାଇଁ ଏହା ଅନେକ ସମୟ ଲାଗିବ, ଏହା ସହ ଏବେ ଅନେକ ରାଜ୍ୟରେ ଟିକା ଅଭାବ ଦେଖାଦେଇଛି।  ଭାରତ ବର୍ତ୍ତମାନ ମୁଖ୍ୟତ ଦୁଇଟି ‘ମେକ୍ ଇନ୍ ଇଣ୍ଡିଆ’ ଟିକା ବ୍ୟବହାର କରୁଛି, ସେରମ୍ ଇନଷ୍ଟିଚ୍ୟୁଟ୍ ର ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ।

Leave a Reply

Your email address will not be published. Required fields are marked *