ଦେଶ- ବିଦେଶରାଜ୍ୟ

ଦୈନିକ ୧ କୋଟି ଡୋଜ୍ ଟିକା ଦେବୁ : ଭିକେ ପଲ୍

ନୂଆଦିଲ୍ଲୀ: ଏବେଠୁ ପ୍ରସ୍ତୁତ ହୁଅ, ଦୈନିକ କୋଟିଏ ହେବ ଟିକାକରଣ। ଏ ନେଇ ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍। ଆମକୁ ଦୈନିକ ୧ କୋଟି ଡୋଜ୍ ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ। ଆଗାମୀ କିଛି ସପ୍ତାହ ମଧ୍ୟରେ ସାକାର ହେବ। ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଦୈନିକ ୪୩ ଲକ୍ଷ ଟିକାକରଣ କରିଛୁ, ୩ ସପ୍ତାହରେ ୭୩ଲକ୍ଷକୁ ବଢ଼ାଇବୁ। ଦୈନିକ ୧ କୋଟି ଟିକାକରଣ ପାଇଁ ଆମକୁ ସେମିତି ସିଷ୍ଟମ କରିବାକୁ ପଡ଼ିବ।

କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଦେଶରେ ପଜିଟିଭିଟି କମୁଛି। ଏପ୍ରିଲ ୨୯ରେ ଦେଶରେ ପଜିଟିଭିଟି ହାର ୨୧.୫% ଥିଲା। ଏବେ ତାହା ଖସି ୧୦.୪୫ ପ୍ରତିଶତରେ ପହଞ୍ଚିଛି। ଦେଶରେ ଗତ ତିନି ଦିନ ହେଲାଣି ପଜିଟିଭିଟି ହାର ୧୦% ତଳେ ରହିଛି। ଗତ ୨୪ ଘଣ୍ଟାରେ ପଜିଟିଭିଟି ହାର ୯.୭୫ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।

ସେହିପରି ଦେଶର ୨୪ଟି ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ କମି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ବଡ଼ ରାଜ୍ୟମାନଙ୍କ ମଧ୍ୟରେ କେବଳ ଓଡ଼ିଶା, ତାମିଲନାଡୁ ଛାଡ଼ି ସବୁଠି କମୁଛି। ଓଡ଼ିଶା, ତାମିଲନାଡୁ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ କେସ୍ ବଢୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *