ରାଜ୍ୟ

ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ : ଏସ୍‌ଆର୍‌ସି

ଭୁବନେଶ୍ୱର: ପୁନରୁଦ୍ଧାର ପ୍ରକ୍ରିୟା ଜୋରସୋରରେ ଚାଲିଛି। ବାତ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ଆଜି ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଛୁଇଁ ଝାଡ଼ଖଣ୍ଡ ଆଡକୁ ଯାଉଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ବନ୍ଦ ହୋଇଛି। ପୁନରୁଦ୍ଧାର ପ୍ରକ୍ରିୟା ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାସାରିଲାଣି। କାଲି ସକାଳ ସୁଦ୍ଧା ବାଲେଶ୍ୱର ଓ ଭଦ୍ରକରେ ବିଦ୍ୟୁତ୍ ସ୍ୱାଭାବିକ ହୋଇଯିବ। ବାତ୍ୟା ପାଇଁ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। କେବଳ ମୟୂରଭଞ୍ଜରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ସମୁଦ୍ର ଜୁଆର ଯୋଗୁଁ ବାଲେଶ୍ୱର, ଭଦ୍ରକର ୧୨୦ ଗାଁରେ ପାଣି ପଶିଥିଲା ବୋଲି ଏସଆରସି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *