ଦେଶ- ବିଦେଶ

ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ମହାମାରୀ କରୋନା ଭାଇରସ୍ ସଂକ୍ରମଣ ସମ୍ପୂର୍ଣ୍ଣ ଦୂରେଇବା ପୂର୍ବରୁ ଭାରତରେ ଦେଖାଦେଲା ବ୍ଲାକ୍ ଫଙ୍ଗସ୍ ଭଳି ମାରାତ୍ମକ ରୋଗ । ଏହାକୁ ମଧ୍ୟ ସରକାର ମହାମାରୀ ଘୋଷଣା କଲେ । ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ କଲବଲ କରିସାରିଲାଣି । ଆରବ ସାଗରରୁ ସୃଷ୍ଟି ବାତ୍ୟା ତଉକ୍ତେ ପାଇଁ ବିପୁଳ କ୍ଷତି ଘଟିଥିବାବେଳେ ପୁଣି ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ୟଶ୍ ବୁଧବାର ଓଡ଼ିଶାରେ ମାଡ଼ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିପୁଳ କ୍ଷତି ପହଞ୍ଚାଇବା ପରେ ଏହା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ରଚିଛି । ସେହିପରି ମଧ୍ୟରାତ୍ରି ସୁଦ୍ଧା ଛତିଶଗଡ଼ରେ ୟଶ୍ ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ବିପତ୍ତିଗୁଡ଼ିକ ମଧ୍ୟରେ ଦେଶକୁ ପୁଣି ନୂଆ ରୋଗ କବଳିତ କରିଥିବା ଖବର ଆସିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ଓ ଚିକୁନଗୁନିଆ ଭଳି ରୋଗ ବ୍ୟାପିଚାଲିଛି ।

Leave a Reply

Your email address will not be published. Required fields are marked *